କର୍ଣ୍ଣାଟକ ଓମିକ୍ରନ୍ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ପାଞ୍ଚ ଜଣ ପଜିଟିଭ୍

ବେଙ୍ଗାଲୁରୁ: କରୋନା ଭାଇରସର ସବୁଠାରୁ ବିପଜ୍ଜନକ ଭାରିଆଣ୍ଟ ଓମିକ୍ରନ୍ ଭାରତରେ ପ୍ରବେଶ କରିଛି । କର୍ଣ୍ଣାଟକରେ ଦୁଇ ଜଣ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଉଭୟ ସଂକ୍ରମିତ ପୁରୁଷ ଓ ସେମାନଙ୍କ ବୟସ ଯଥାକ୍ରମେ ୬୬ ବର୍ଷ ୪୬ ବର୍ଷ | ତେବେ ଚିନ୍ତାର ବିଷୟ ହେଉଛି ୪୬ ବର୍ଷୀୟ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ପାଞ୍ଚ ଜଣ ବ୍ୟକ୍ତି ମଧ୍ୟ ପଜିଟିଭ୍ ହୋଇଛନ୍ତି ।

କର୍ଣ୍ଣାଟକ ସରକାରଙ୍କ ସୂଚନା ଅନୁଯାୟୀ, ଓମିକ୍ରନ୍‌ରେ ସଂକ୍ରମିତ ୬୬ ବର୍ଷିୟ ହେଉଛନ୍ତି ବିଦେଶୀ ନାଗରିକ । ସେ ୨୦ ନଭେମ୍ବରରେ ବେଙ୍ଗାଲୁରୁ ଆସି ୨୭ ନଭେମ୍ବରରେ ଦୁବାଇ ଫେରିଥିଲେ। ୨୪ ଜଣ ଲୋକ ତାଙ୍କ ସହ ସଂସ୍ପର୍ଶରେ ଆସିଥିଲେ ଏବଂ ୨୪୦ ଜଣ ପରୋକ୍ଷ (ସେକେଣ୍ଡାରୀ କଣ୍ଟାକ୍ଟ) ସଂସ୍ପର୍ଶରେ ଥିଲେ | ତେବେ ଏମାନଙ୍କ ରିପୋର୍ଟ ନେଗେଟିଭ ଆସିଛି | କିନ୍ତୁ ବେଙ୍ଗାଲୁରୁରେ ମିଳିଥିବା ଦ୍ୱିତୀୟ ରୋଗୀଙ୍କୁ ନେଇ ଚିନ୍ତା ବଢ଼ିଛି । ଏହି ୪୬ ବର୍ଷ ବୟସ୍କ ଜଣେ ସ୍ଥାନୀୟ ଡାକ୍ତର ଏବଂ ତାଙ୍କର କୌଣସି ଯାତ୍ରା ଇତିହାସ ନାହିଁ | ଏହି ବ୍ୟକ୍ତି ୨୨ ନଭେମ୍ବରରେ ଓମିକ୍ରନ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହି ସଂକ୍ରମିତ ଜଣଙ୍କ ସଂସ୍ପର୍ଶରେ ଆସିଥିବା ପାଞ୍ଚ ଜଣ ଲୋକ ଏବେ ପଜିଟିଭ୍ ହୋଇଛନ୍ତି ।

Comments are closed.