ନିମ୍ନମାନର ପ୍ରେସର୍ କୁକର୍ ବିକ୍ରି ପାଇଁ ଫ୍ଲିପକାର୍ଟ, ଆମାଜନ୍ ସହ ପାଞ୍ଚ ଇ-କମର୍ସ କମ୍ପାନୀଙ୍କୁ ନୋଟିସ୍

ନୂଆଦିଲ୍ଲୀ: ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ (ବିଏସ୍) ମାନଦଣ୍ଡ ଉଲ୍ଲଂଘନ କରି ପ୍ରେସର କୁକର୍ ବିକ୍ରି ଅଭିଯୋଗରେ କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ (ସିସିପିଏ) ପାଞ୍ଚଟି ଇ-କମର୍ସ କମ୍ପାନୀକୁ ନୋଟିସ୍ ଜାରି କରିଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆମାଜନ, ଫ୍ଲିପକାର୍ଟ, ସ୍ନାପଡିଲ୍, ସପ୍ କ୍ଲୁଜ୍ ଏବଂ ପେଟିଏମ୍ ମଲ୍ ବ୍ୟତୀତ ଅନ୍ୟ ଇ-କମର୍ସ କମ୍ପାନୀ ମାନଙ୍କୁ ନୋଟିସ ପଠାଯାଇଛି।
ସୋମବାର ପ୍ରକାଶିତ ଏକ ବିବୃତ୍ତିରେ ସରକାର କହିଛନ୍ତି ଯେ ଗୁଣବତ୍ତା ନିୟନ୍ତ୍ରଣ ଆଦେଶକୁ ଉଲ୍ଲଂଘନ କରି ନକଲି ତଥା ସନ୍ଦେହଜନକ ଦ୍ରବ୍ୟର ବିକ୍ରୟକୁ ରୋକିବା ପାଇଁ ସିସିପିଏ ଦେଶବ୍ୟାପୀ ଅଭିଯାନ ଚଳାଇଛି।

ସିସିପିଏ ର ଏହି ଅଭିଯାନ ସ୍ୱାଧୀନତାର ୭୫ ବର୍ଷ ପୂରଣ ଅବସରରେ ଆରମ୍ଭ ହୋଇଥିବା ‘ଆଜାଦି କା ଅମୃତ ମହୋତ୍ସବ’ ଅଭିଯାନର ଏକ ଅଂଶ | ଇ-କମର୍ସ କମ୍ପାନୀ ତଥା ବିକ୍ରେତାଙ୍କୁ ଏହି ପ୍ଲାଟଫର୍ମରେ ପ୍ରେସର କୁକର୍ ବିକ୍ରୟ ପାଇଁ ନୋଟିସ୍ ଜାରି କରାଯାଇଛି ବୋଲି ଜଣେ ଗ୍ରାହକ ବ୍ୟାପାର ମନ୍ତ୍ରଣାଳୟର ଅଧିକାରୀ କହିଛନ୍ତି।

ଏହି ପରିପ୍ରେକ୍ଷୀରେ, ଅନୈତିକ ବାଣିଜ୍ୟ ଅଭ୍ୟାସ ତଥା ଏହିପରି ଦ୍ରବ୍ୟର ଉତ୍ପାଦନ ତଥା ବିକ୍ରୟ ସହ ଗ୍ରାହକଙ୍କ ଅଧିକାରର ଉଲ୍ଲଂଘନ ମାମଲାର ଯାଞ୍ଚ ପାଇଁ ସିସିପିଏ ଜିଲ୍ଲା ମାଜିଷ୍ଟ୍ରେଟମାନଙ୍କୁ ନିର୍ଦ୍ଦେଶ ଜାରି କରିଛି।
ଅଧିକାରୀ କହିଛନ୍ତି ଯେ ପ୍ରଥମ ଥର ପାଇଁ ସିସିପିଏ ଇ-କମର୍ସ କମ୍ପାନୀଗୁଡିକୁ ଏଭଳି ନୋଟିସ୍ ଜାରି କରିଛି।

Comments are closed.