ପୁରୀ ଜିଲ୍ଲାରେ ସୁଧୁରୁଛି ବନ୍ୟା ସ୍ଥିତି : ଜିଲ୍ଲାପାଳ

ପୁରୀ : ପୁରୀ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୁଧୁରିବାରେ ଲାଗିଛି । ଜିଲ୍ଲାର କୁଶଭଦ୍ରା, ଭାର୍ଗବୀ ନଦୀରେ ଜଳସ୍ତର ହ୍ରାସ ପାଇବାରେ ଲାଗିଛି । ଦୟା ନଦୀର ଜଳସ୍ତର ବି ସ୍ଥିର ରହିଛି । ଧୀରେ ଧୀରେ ନଦୀର ଜଳସ୍ତର ହ୍ରାସ ପାଉଛି ।

ଜିଲ୍ଲାର ୭ଟି ବ୍ଲକ, ୩୭ଟି ପଂଚାୟତ ଓ ୧୮୩ ଗାଁ ବନ୍ୟା ଦ୍ୱାରା କ୍ଷତିଗ୍ରସ୍ତ ହୋଇଛି । ୮୦ ହଜାର ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି । ବନ୍ୟା ପ୍ରଭାବିତ ଲୋକଙ୍କ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଚାଲିଛି । ବରିଷ୍ଠ ଅଧିକାରୀମାନେ ସ୍ଥିତି ଉପରେ ନଜର ରଖିଛନ୍ତି । ସେମାନଙ୍କୁ ରନ୍ଧା ଓ ଶୁଖିଲା ଖାଦ୍ୟ ଦିଆଯାଉଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର କ୍ଷୟକ୍ଷତି ଆକଳନ କରାଯାଉଛି । ଏସଡିଆରଏଫ ନିୟମ ଅନୁସାରେ ବନ୍ୟା ପ୍ରଭାବିତଙ୍କୁ ସହାୟତା ଯୋଗାଇ ଦେଇଥିବା କହିଛନ୍ତି ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ।

Comments are closed.