ଡିଭାଇଡର ଉପରେ ଶୋଇଥିବା ଲୋକଙ୍କ ଉପରେ ଚଢ଼ିଗଲା ଟ୍ରକ୍, ଚାରି ମୃତ

ନୂଆଦିଲ୍ଲୀ:ଦିଲ୍ଲୀର ସୀମାପୁରୀ ଅଞ୍ଚଳରେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ରୋଡ଼ ଡିଭାଇଡର ଉପରେ ଶୋଇଥିବା ଲୋକଙ୍କ ଉପରେ ଚଢ଼ି ଯିବାରୁ ଚାରି ଜଣଙ୍କର ମୃତ୍ୟୁ ହୋଇଛି । ଏହି ଘଟଣା ମଙ୍ଗଳବାର ବିଳମ୍ବିତ ରାତିରେ ଘଟିଛି । ଡିଟିସି ଡିପୋ ରେଡ୍ ଲାଇଟ୍ ଅତିକ୍ରମ କରୁଥିବାବେଳେ ଟ୍ରକ୍ ଡିଭାଇଡର୍ ଉପରେ ଶୋଇଥିବା ଲୋକଙ୍କ ଉପରେ ଚଢି ଯାଇଥିଲା। ମଙ୍ଗଳବାର ରାତି ପ୍ରାୟ ୧.୫୧ରେ ଘଟିଥିବା ଏହି ଘଟଣାରେ ଦୁଇ ଜଣ ଆହତ ହୋଇଥିବା ବେଳେ ଚାରି ଜଣଙ୍କର ମୃତ୍ୟୁ ହୋଇଛି। ଦିଲ୍ଲୀ ପୋଲିସର ସୂଚନାନୁସାରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା। ଡାକ୍ତରଖାନାରେ ଜଣଙ୍କୁ ମୃତ ଘୋଷଣା କରାଯାଇଥିବା ବେଳେ ଅନ୍ୟ ଜଣେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ। ଦୁଇ ଆହତଙ୍କ ଚିକିତ୍ସା ଚାଲିଛି। ପୋଲିସ ଏକ ମାମଲା ରୁଜୁ କରି ପରେ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଖୋଜିବା ପାଇଁ ଅନେକ ଟିମ୍ ଗଠନ କରିଛି।

ଦିଲ୍ଲୀ ପୋଲିସର ସୂଚନାନୁସାରେ ମୃତକମାନେ ହେଲେ କରିମ (୫୨), ରାହୁଲ (୪୫), ଶାହ ଆଲାମ (୩୮) ଓ ଛୋଟେ ଖାନ (୨୫) ବୋଲି ଜଣାପଡିଛି।

Comments are closed.