ଗଲଓ୍ଵାନ ସଂଘର୍ଷର ବୀର ସହିଦ୍ କଲୋନେଲ ସନ୍ତୋଷ ବାବୁଙ୍କୁ ମହାବୀର ଚକ୍ର ସମ୍ମାନ

ନୂଆଦିଲ୍ଲୀ: ଲଦାଖର ଗଲଓ୍ଵାନ ଘାଟିରେ ଚୀନ୍ ସୈନିକ ମାନଙ୍କ ସହ ସଂଘର୍ଷରେ ସହିଦ ହୋଇଥିବା କଲୋନେଲ ସନ୍ତୋଷ ବାବୁଙ୍କୁ ମଙ୍ଗଳବାର ମରଣୋତ୍ତର ଭାବେ ମହାବୀର ଚକ୍ର ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ସନ୍ତୋଷ ବାବୁଙ୍କ ମା ଏବଂ ପତ୍ନୀ ଏହି ବୀରତା ପୁରସ୍କାର ଗ୍ରହଣ କରିଥିଲେ ।

ତାଙ୍କ ସହିତ ଅପରେସନ୍ ସ୍ରୋତ ଲିଓପାର୍ଡର ଅନ୍ୟ ଚାରିଜଣ ସହିଦ୍ ନାଏବ ସୁବେଦାର ନୁଡୁରାମ ସୋରେନ, ହାବିଲଦାର କେ ପିଲାନି, ନାଏବ ଦୀପକ ସିଂ ଏବଂ ସେପୋଇ ଗୁରୁତେଜ ସିଂଙ୍କଙ ମଧ୍ୟ ବୀର ଚକ୍ରରେ ସମ୍ମାନିତ କରାଯାଇଛି। ସୋମବାର ଅନୁଷ୍ଠିତ ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ ବାଲାକୋଟ୍ ହିରୋ ତଥା ବାୟୁସେନାର ଗ୍ରୁପ୍ କ୍ୟାପଟେନ ଅଭିନନ୍ଦନ ବର୍ତମାନଙ୍କୁ ବୀ ଚକ୍ର ପୁରସ୍କାର ପ୍ରଦାନ କରାଯାଇଥିଲା।

ଏହା ବ୍ୟତୀତ ଜାମ୍ମୁ କାଶ୍ମୀରର କେରନ ସେକ୍ଟରରେ ଜଣେ ଆତଙ୍କବାଦୀଙ୍କୁ ନିପାତ କରିବା ସହ ଅନ୍ୟ ଦୁଇ ଜଣଙ୍କୁ ଆହତ କରିଥିବା ୪ ପାରା ସ୍ପେଶାଲ ଫୋର୍ସ ସୁବେଦାର ସଞ୍ଜୀବ କୁମାରଙ୍କୁ ମରଣୋତ୍ତର କିର୍ତ୍ତୀ ଚକ୍ରରେ ପୁରସ୍କୃତ କରାଯାଇଛି। ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ତାଙ୍କ ପତ୍ନୀଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଏଥି ସହିତ ରାଷ୍ଟ୍ରପତି ଭାରତୀୟ ବାୟୁସେନା ମୁଖ୍ୟ ବାୟୁସେନା ମୁଖ୍ୟ ମାର୍ଶଲ ବିବେକ ରାମ ଚୌଧୁରୀଙ୍କୁ ପରମ ବିଶିଷ୍ଟ ସେବା ପଦକ ସହ ସମ୍ମାନିତ କରିଛନ୍ତି।

Comments are closed.