ନନ୍ଦ ସାର୍‌ଙ୍କ ଦେହାନ୍ତରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର- ପଦ୍ମଶ୍ରୀ ନନ୍ଦକିଶୋର ପୃଷ୍ଟିଙ୍କ ଦେହାନ୍ତରେ ରାଜ୍ୟବ୍ୟାପୀ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ନନ୍ଦ ସାରଙ୍କ ବିୟୋଗରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି ।

ନନ୍ଦ ସାର ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବେ । ସେ ଜଣେ ଛାତ୍ର ବତ୍ସଳ ଶିକ୍ଷକ ଥିଲେ । ହସପିଟାଲରେ ଭର୍ତ୍ତି ହେବା ପୂର୍ବରୁ ନନ୍ଦ ସାରଙ୍କୁ ଭେଟିଥିବା ନେଇ ମନେ ପକାଇଛନ୍ତି ରାଜ୍ୟପାଳ । ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି ରାଜ୍ୟପାଳ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ନନ୍ଦସାରଙ୍କ ଦେହାରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ଶିକ୍ଷା କ୍ଷେତ୍ରରେ ନନ୍ଦ ସାର୍‌ଙ୍କ ବହୁମୂଲ୍ୟ ଅବଦାନ ଓ ତାଙ୍କ ଜୀବନବ୍ୟାପୀ ତ୍ୟାଗ ଚିର ଆଦର୍ଶ ହୋଇ ରହିବ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି ।

Comments are closed.