ଦେଶରେ ‌ଓମିକ୍ରନ୍ ଭାରିଆଣ୍ଟର କୌଣସି ମାମଲା ନାହିଁ: ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ କରୋନାର ଓମିକ୍ରନ ଭାରିଆଣ୍ଟର କୌଣସି ମାମଲା ନାହିଁ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ରାଜ୍ୟସଭାରେ ସୂଚନା ଦେଇଛନ୍ତି ‌। ସେ କହିଛନ୍ତି ଯେ ପୃଥିବୀର ୧୪ଟି ଦେଶରେ ଏହି ନୂଆ ଭାଇରସ ମିଳିଛି, କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ ଓମିକ୍ରନର କୌଣସି ରୋଗୀ ମିଳିନାହାଁନ୍ତି ବୋଲି ମାଣ୍ଡଭୀୟ କହିଛନ୍ତି। ଓମିକ୍ରନ୍ ସମ୍ବନ୍ଧରେ ନୂଆ ଗାଇଡ ଲାଇନ୍ ଜାରି କରାଯାଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଯେ ସନ୍ଦେହ ଆଧାରରେ ଯଦି କୌଣସି ମାମଲା ସାମ୍ନାକୁ ଆସେ, ତେବେ ତୁରନ୍ତ ଏହାର ତଦନ୍ତ କରାଯାଉଛି ଏବଂ ରୋଗୀର ଜିନୋମ ସ୍ବିକ୍ବେନ୍ସିଂ କରାଯାଉଛି ।

ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ କହିଛନ୍ତି ଯେ ବିଶ୍ବର ୧୪ଟି ଦେଶରେ ଏହି ନୂଆ ଭାରିଆଣ୍ଟ ମିଳିଛି । କିନ୍ତୁ ଦେଶରେ ଏପର୍ଯ୍ୟନ୍ତ କୌଣସି ମାମଲା ମିଳିନାହିଁ।

Comments are closed.