ହେମନ୍ତ ସୋରେନଙ୍କୁ ୫ ଦିନ ଇଡି ହାଜତ

ରାଞ୍ଚି: ଜମି ଦୁର୍ନୀତି ସ‌ହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଝାଡ଼ଖଣ୍ଡର ଏକ ସ୍ୱତନ୍ତ୍ର ପିଏମ୍ଏଲ୍ଏ (ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ) କୋର୍ଟ ଶୁକ୍ରବାର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ୫ ଦିନ ପାଇଁ ଇଡି ହାଜତକୁ ପଠାଇ ଦେଇଛନ୍ତି। ଇଡି ଗୁରୁବାର ସୋରେନଙ୍କୁ ୧୦ ଦିନ ରିମାଣ୍ଡରେ ନେବାକୁ ଅନୁରୋଧ କରିଥିଲା। କୋର୍ଟ ଇଡି ଆବେଦନ ଉପରେ ରାୟ ସଂରକ୍ଷିତ ରଖିଥିଲେ ଓ ସୋରେନଙ୍କୁ ଗୋଟିଏ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ।

ମନି ଲଣ୍ଡରିଂ ମାମଲାରେ ୭ ଘଣ୍ଟା ଜେରା କରିବା ପରେ ଜାନୁଆରୀ ୩୧ ରାତିରେ ସୋରେନଙ୍କୁ , ଇଡି ଗିରଫ କରିଥିଲା। ଗିରଫ ପୂର୍ବରୁ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।

Comments are closed.