ओडिया समाचारଆଇଆଇଏମସିକୁ ମିଳିଲା ଡିମ୍ଡ୍ ବିଶ୍ୱବିଦ୍ୟାଳୟର ମାନ୍ୟତା, ଉପଲବ୍ଧ ହେବ ଡିଗ୍ରୀ ଓ ପିଏଚଡି ପାଠ୍ୟକ୍ରମ
ନୂଆଦିଲ୍ଲୀ – ଦେଶରେ ଗଣମାଧ୍ୟମ ଓ ସାମ୍ବାଦିକତାର ଶୀର୍ଷ ଶିକ୍ଷାନୁଷ୍ଠାନ ଭାରତୀୟ ଜନସଂଚାର ପ୍ରତିଷ୍ଠାନ (ଆଇଆଇଏମସି) କୁ ଡିମ୍ଡ୍ ବିଶ୍ୱବିଦ୍ୟାଳୟର ମାନ୍ୟତା ମିଳିଛି । ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ -ୟୁଜିସି ପକ୍ଷରୁ ଆଇଆଇଏମସିକୁ ଡିମ୍ଡ୍ ବିଶ୍ୱବିଦ୍ୟାଳୟର ମାନ୍ୟତା ଦିଆଯାଇଛି। ଏଣିକି ଆଇଆଇଏମସି ଡିଗ୍ରୀ ଓ ପିଏଚଡି ପ୍ରଦାନ କରିପାରିବ । ଦିଲ୍ଲୀ, ଜାମ୍ମୁ, ଅମରାବତୀ ( ମହାରାଷ୍ଟ୍ର ), କୋଟାୟମ ଓ ଓଡ଼ିଶାର ଢେଙ୍କାନାଳରେ ଆଇଆଇଏମସି କ୍ୟାମ୍ପସ ରହିଛି। ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ [...]
ओडिया समाचारଆୟ ବହିର୍ଭୂତ ସମ୍ପତ୍ତି ମାମଲାରେ ଗୋପାଳପୁର ବିଧାୟକ ଓ ପତ୍ନୀଙ୍କ ବିରୋଧରେ ଚାର୍ଜଫ୍ରେମ
ଭୁବନେଶ୍ୱର – ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ପତ୍ନୀଙ୍କ ବିରୋଧରେ ଚାର୍ଜଫ୍ରେମ ହୋଇଛି। ଭୁବନେଶ୍ୱର ଭିଜିଲାନ୍ସ ସ୍ୱତନ୍ତ୍ର ବିଚାରପତିଙ୍କ କୋର୍ଟ ପ୍ରଦୀପ ଓ ତାଙ୍କ ପତ୍ନୀଙ୍କ ବିରୋଧରେ ଚାର୍ଜଫ୍ରେମ କରିଛନ୍ତି। ଏଣିକି ସେମାନଙ୍କ ବିରୋଧରେ ଏହି ମାମଲାରେ ଶୁଣାଣି ଆରମ୍ଭ ହେବ । ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଆୟ ବହିର୍ଭୂତ ସମ୍ପତ୍ତି ମାମଲାରେ ଗତବର୍ଷ ଏପ୍ରିଲ ୨୦ ତାରିଖରେ ଚାର୍ଜସିଟ୍ ଦାଖଲ ହୋଇଥିଲା । ଲୋକାୟୁକ୍ତଙ୍କ ନିର୍ଦ୍ଦେଶରେ [...]
ओडिया समाचारସଂସଦ ସୁରକ୍ଷା ମାମଲା ଅଭିଯୁକ୍ତଙ୍କ ଆରୋପ: ବିରୋଧୀ ଦଳ ସହ ସମ୍ପର୍କ ମାନିବାକୁ ନିର୍ଯାତନା ଦିଆଯାଉଛି
ନୂଆଦିଲ୍ଲୀ: ସଂସଦ ସୁରକ୍ଷା ଭେଦ ମାମଲାରେ ଗିରଫ ୬ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୫ ଜଣ ଦିଲ୍ଲୀ ପୋଲିସ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ସେମାନେ କୋର୍ଟଙ୍କୁ କହିଛନ୍ତି ଯେ ବିରୋଧୀ ଦଳ ସହ ସମ୍ପର୍କ ଅଛି ବୋଲି ମାନିବାକୁ ସେମାନଙ୍କ ଉପରେ ଚାପ ପକାଉଛି ଦିଲ୍ଲୀ ପୋଲିସ । ସେମାନଙ୍କୁ ନିର୍ଯାତନା ଦିଆଯାଉଛି । ଏହି ପାଞ୍ଚ ଅଭିଯୁକ୍ତ ଅତିରିକ୍ତ ସେସନ୍ ଜଜ୍ ହାର୍ଦ୍ଦିକ କୌରଙ୍କ ଆଗରେ ଏପରି ଅଭିଯୋଗ କରିଛନ୍ତିି । କୋର୍ଟ ସମସ୍ତ [...]
ओडिया समाचारଜ୍ଞାନବାପି ମସଜିଦ ଭିତରେ ପୂଜାର୍ଚ୍ଚନା କରିପାରିବେ ହିନ୍ଦୁ, ଅନୁମତି ଦେଲେ କୋର୍ଟ
ବାରାଣସୀ: ଜ୍ଞାନବାପି ମସଜିଦ ମାମଲାରେ ଉତ୍ତର ପ୍ରଦେଶର ବାରାଣସୀ ଜିଲ୍ଲା କୋର୍ଟ ବୁଧବାର ଏକ ବଡ଼ ରାୟ ଦେଇଛନ୍ତି। କୋର୍ଟ ହିନ୍ଦୁମାନଙ୍କୁ ଜ୍ଞାନବାପି ମସଜିଦ ପରିସରରେ ଥିବା ଏକ ଭୂତଳ ପ୍ରକୋଷ୍ଠରେ ପୂଜାର୍ଚ୍ଚନା କରିବାକୁ ଅନୁମତି ଦେଇଛନ୍ତି । କୋର୍ଟ ଏପରି ନିର୍ଦ୍ଦେଶ ଦେଇଥିବା ହିନ୍ଦୁ ପକ୍ଷର ଓକିଲ ମଦନ ମୋହନ ଯାଦବ ସ୍ପଷ୍ଟ କରିଛନ୍ତି। ଜିଲ୍ଲା ଜଜ୍ ଅଜୟ କୃଷ୍ଣ ବିଶ୍ୱେଶଙ୍କ କୋର୍ଟ ସୋମନାଥ ବ୍ୟାସ ନାମକ ଜଣେ ପୂଜକଙ୍କ ନାତି ଶୈଳେନ୍ଦ୍ର ପାଠକଙ୍କୁ ମସଜିଦର [...]
ओडिया समाचारଦିଲ୍ଲୀ ଅବକାରୀ ନୀତି ମାମଲାରେ କେଜ୍ରିୱାଲଙ୍କୁ ଇଡିର ପଞ୍ଚମ ସମନ
ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ପଚରାଉଚରା ପାଇଁ ଇଡି ପୁଣି ଥରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ ଜାରି କରିଛି । କେଜ୍ରିୱାଲଙ୍କୁ ଇଡିର ଏହା ପଞ୍ଚମ ସମନ। ଆମ୍ ଆଦମୀ ପାର୍ଟିର ଜାତୀୟ ଆବାହକ କେଜ୍ରିୱାଲ ପୂର୍ବରୁ ଇଡିର ଚାରି ଥର ସମନ ସତ୍ତ୍ୱେ ହାଜର ହୋଇନଥିଲେ । କେନ୍ଦ୍ରୀୟ ସଂସ୍ଥା କେଜ୍ରିୱାଲଙ୍କୁ ଜାନୁଆରୀ ୧୮, ଜାନୁଆରୀ ୩, ଡିସେମ୍ବର ୨୧ ଏବଂ ନଭେମ୍ବର ୨ରେ ସମନ [...]
ओडिया समाचारପଶ୍ଚିମବଙ୍ଗରେ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ବେଳେ ରାହୁଲ ଗାନ୍ଧୀଙ୍କ କାର୍ ଉପରକୁ ଟେକାମାଡ଼
ପାଟନା: ପଶ୍ଚିମବଙ୍ଗରେ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ବେଳେ ରାହୁଲ ଗାନ୍ଧୀଙ୍କ ଗାଡ଼ି ଉପରେ ଆକ୍ରମଣ ହୋଇଛି। ମାଲଦାର ହରିଶ୍ଚନ୍ଦ୍ରପୁରରେ ରାହୁଲଙ୍କ ଗାଡ଼ି ଉପରକୁ ଟେକାମାଡ଼ ହୋଇଥିଲା । ଏଥିରେ ରାହୁଲ ଗାନ୍ଧୀଙ୍କ କାର୍ କାଚ ଭାଙ୍ଗି ଯାଇଛି। ଅଧୀର ରଞ୍ଜନ ଚୌଧୁରୀଙ୍କ ଅଭିଯୋଗ ଉପରେ ଟିଏମସି ପ୍ରତିକ୍ରିୟା ରଖିଛି । ଏହି ଘଟଣାକୁ ନେଇ ରାଜନୀତି ଜୋର ଧରିଛି। କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଏହି ଆକ୍ରମଣ ପାଇଁ ଶାସକ ଟିଏମସିଙ୍କୁ ଦାୟୀ କରିଛନ୍ତିି। [...]
ओडिया समाचारଆଉ ତିନି ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ , ଫେବ୍ରୁଆରୀ ସୁଦ୍ଧା ସବୁ ଜିଲ୍ଲାରେ ଚାଲିବ
ଭୁବନେଶ୍ୱର – ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂ ଜରିଆରେ ଦେବଗଡ, ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଲକ୍ଷ୍ମୀ ବସ୍ ଆମ ଜୀବନକୁ ସହଜ କରିଛି । ଗାଁର ଅର୍ଥନୀତିକୁ ମଜବୁତ କରିବାରେ ଏହା ଗୁରୁତ୍ୱପୁର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ ଯେ, ଏହି ଯୋଜନା ପ୍ରଥମେ ମାଲକାନଗିରି ଜିଲ୍ଲାରେ ଆରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି [...]
ओडिया समाचारତୋଷଖାନା ମାମଲାରେ ଇମ୍ରାନ ଖାନ ଓ ପତ୍ନୀଙ୍କୁ ୧୪ ବର୍ଷ ଜେଲ୍ ଦଣ୍ଡାଦେଶ
ଇସଲାମାବାଦ: ପୁଣି ଏକ ଦୁର୍ନୀତି ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଓ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ୧୪ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି । ଦଣ୍ଡାଦେଶ ପରେ ବୁଶରା ବିବି ଆତ୍ମସମର୍ପଣ କରିଛନ୍ତି। ଏହି ମାମଲା ତୋଷଖାନା ସହ ଜଡ଼ିତ । ଇମ୍ରାନ ଖାନ ପ୍ରଧାନମନ୍ତ୍ରୀ ଥିବାବେଳେ ବିଭିନ୍ନ ଦେଶରୁ ମିଳିଥିବା ଉପହାର ଗୁଡ଼ିକୁ ସେ ଓ ତାଙ୍କ ପତ୍ନୀ ନିଜର ବ୍ୟକ୍ତିଗତ ଲାଭ ପାଇଁ ବିକ୍ରି କରିଥିବା ଅଭିଯୋଗ ହୋଇଥିଲା। ଦିନକ [...]
ओडिया समाचारପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ନିମନ୍ତେ ନିର୍ଦ୍ଦେଶାବଳୀ
ଭୁବନେଶ୍ୱର – ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ନିମନ୍ତେ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିଛି ଓସେପା । ଆସନ୍ତା ଫେବ୍ରୁଆରୀ ୩ ରୁ ୫ ତାରିଖ ଯାଏଁ “ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ” କୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ରାଜ୍ୟର ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କର ପ୍ରତିଭା ଏବଂ ସୃଜନଶୀଳତାକୁ ଉତ୍ସାହିତ କରିବା ନିମନ୍ତେ ୩ ତାରିଖ [...]
ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମାନରେ ସମ୍ମାନିତ ହେବେ ବିଶିଷ୍ଟ ଭାଷାବିତ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକ

ओडिया समाचारପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମାନରେ ସମ୍ମାନିତ ହେବେ ବିଶିଷ୍ଟ ଭାଷାବିତ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକ
ଭୁବନେଶ୍ଵର – ପ୍ରଥମ ବିଶ୍ଵ ଓଡ଼ିଆ ଓଡିଆ ଭାଷା ସମ୍ମିଳନୀ ଅବସରରେ ବିଶିଷ୍ଟ ଭାଷାବିତ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମାନ ରେ ସମ୍ମାନିତ କରାଯିବ । ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶିଷ୍ଟ ଭାଷାବିତ ପଦ୍ମଶ୍ରୀ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ଓଡ଼ିଆ ଭାଷା ଉପରେ ତାଙ୍କର ଉଚ୍ଚକୋଟୀର ଗବେଷଣା ପାଇଁ ଜୀବନବ୍ୟାପୀ ସାଧନାର ସ୍ୱୀକୃତି ସ୍ଵରୂପ ତାଙ୍କୁ ବିଶ୍ଵ ଓଡ଼ିଆ ସମ୍ମାନ ରେ ସମ୍ମାନିତ [...]
