ରାତିଅଧିଆ ଶୁଣାଣି ପରେ ବଗାଙ୍କ ଗିରଫ ଉପରେ ରୋକ୍ ଲଗାଇଲେ ହାଇକୋର୍ଟ

ଚଣ୍ଡିଗଡ଼: ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରୁ ବିଜେପି ନେତା ତେଜିନ୍ଦର ପାଲ ସିଂ ବଗାଙ୍କୁ ମିଳିଛି ଆଶ୍ବସ୍ତି। ଶନିବାର ରାତିଅଧିଆ ଶୁଣାଣି ପରେ ବଗାଙ୍କ ଗିରଫ ଉପରେ ରୋକ୍ ଲଗାଇଛନ୍ତି କୋର୍ଟ । ପରବର୍ତ୍ତୀ ଶୁଣାଣି ଯାଏଁ ବଗାଙ୍କ ବିରୋଧରେ କୌଣସି ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ‌କରିବାକୁ ହାଇକୋର୍ଟ ପଞ୍ଜାବ ପୋଲିସକୁ କହିଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ମେ ୧୦ରେ ହେବ।

ଏହାପୂର୍ବରୁ ଶନିବାର ମୋହାଲିର ଜୁଡିସିଆଲ ମାଜିଷ୍ଟ୍ରେଟ ରେଭେଶ ଇନ୍ଦରଜିତ ସିଂଙ୍କ କୋର୍ଟ ବଗାଙ୍କ ବିରୋଧରେ ଗିରଫ ଓ୍ବାରେଣ୍ଟ ଜାରି କରିଥିଲେ। ଏହାକୁ ବଗା ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।

ତେଜିନ୍ଦର ପାଲ ସିଂ ବଗାଙ୍କୁ ଶୁକ୍ରବାର ପଞ୍ଜାବ ପୋଲିସ ଗିରଫ କରିଥିଲା। ତେବେ ପଞ୍ଜାବ ପୋଲିସକୁ ହରିୟାଣା ପୋଲିସ କୁରୁକ୍ଷେତ୍ରରେ ଅଟକାଇ ବଗାଙ୍କୁ ଦିଲ୍ଲୀ ପୋଲିସକୁ ହସ୍ତାନ୍ତର କରିଥିଲା। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଧମକ ଦେବା ଅଭିଯୋଗରେ ବଗାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ପଞ୍ଜାବ ପୋଲିସ ।

Comments are closed.