ଭାରତରେ କୋରୋନା ପଜିଟିଭଙ୍କ ସଂଖ୍ୟା ୩୯ ଲକ୍ଷ ଟପିଲା, ୨୪ ଘଂଟାରେ ୮୩ ହଜାର ୩୪୧ ନୂଆ ରୋଗୀ, ୧୦୯୬ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଭାରତରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ଲଗାତାର ଦ୍ୱିତୀୟ ଦିନ ପାଇଁ ୮୩ ହଜାର ଟପିଛି । ଗତ ୨୪ ଘଂଟାରେ ଦେଶରେ ୮୩ ହଜାର ୩୪୧ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଫଳରେ ଦେଶରେ ମୋଟ କୋରୋନା ପଜିଟିଭଙ୍କ ସଂଖ୍ୟା ୩୯ ଲକ୍ଷ ୩୬ ହଜାର ୭୪୮ରେ ପହଂଚିଛି ।

ଗତ ୨୪ ଘଂଟାରେ କୋରୋନାରେ ୧ ହଜାର ୯୬ ଜଣଙ୍କ ମୃତ୍ୟୁ ହୋଇଛି । ଏ ଯାଏଁ ଦେଶରେ ୬୮ ହଜାର ୪୭୨ ଲୋକଙ୍କ କୋରୋନାରେ ମୃତ୍ୟୁ ହୋଇଛି । ୩୦ ଲକ୍ଷ ୩୭ ହଜାର ୧୫୨ ଲୋକ କୋରୋନାକୁ ମାତ୍ ଦେଇ ସୁସ୍ଥ ହୋଇସାରିଛନ୍ତି । ଦେଶରେ ଏବେ ଆକ୍ଟିଭ କୋରୋନା ମାମଲା ୮ ଲକ୍ଷ ୩୧ ହଜାର ୧୨୪ ରହିଛି ।

Comments are closed.