ଭାରତରେ ଲଞ୍ଚ୍ ହେଲା ପଶୁମାନଙ୍କ ପାଇଁ ପ୍ରଥମ କରୋନା ଟିକା ‘ଆନୋକୋଭାକ୍ସ’

ନୂଆଦିଲ୍ଲୀ: କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଗୁରୁବାର ଦିନ ପଶୁମାନଙ୍କ ପାଇଁ ବିକଶିତ ହୋଇଥିବା ଦେଶର ପ୍ରଥମ କୋଭିଡ୍ ନିରୋଧୀ ଟିକା ‘ଆନୋକୋଭାକ୍ସ’ ଲଞ୍ଚ୍ କରିଛନ୍ତି। ଏହି ଟିକା ହରିୟାଣାର ସ୍ଥିତ ଇଣ୍ଡିଆନ୍ କାଉନସିଲ୍ ଅଫ୍ ଏଗ୍ରିକଲ୍ଚର ରିସର୍ଚ୍ଚ (ଆଇସିଏଆର) ଓ ନ୍ୟାସନାଲ ରିସର୍ଚ୍ଚ ସେଣ୍ଟର ଅନ୍ ଇକ୍ୱାଇନ୍ସ (ଏନସିଆର) ଦ୍ୱାରା ପ୍ରସ୍ତୁତ କରାଯାଇଛି |

ଆଇସିଏଆର୍ ଏକ ବିବୃତ୍ତିରେ କହିଛି ଯେ ପଶୁମାନଙ୍କ ପାଇଁ ଏନୋକୋଭାକ୍ସ ଏକ ନିଷ୍କ୍ରିୟ ସାର୍ସ-କୋଭ୍-୨ ଡେଲଟା (କୋଭିଡ୍ -୧୯) ଟିକା ଅଟେ ଏବଂ ଏନୋକୋଭାକ୍ସରୁ ପ୍ରତିରୋଧକ ଶକ୍ତି କୋଭିଡ୍ -୧୯ର ଉଭୟ ଡେଲଟା ଏବଂ ଓମିକ୍ରନ୍ ଭାରିଆଣ୍ଟରୁ ସୁରକ୍ଷା ଦେବ | ଏଥିରେ କୁହାଯାଇଛି ଯେ ଏହି ଟିକାରେ ଆଲହାଇଡ୍ରୋଜେଲ ସହିତ ନିଷ୍କ୍ରିୟ ସାର୍ସ-କୋଭ୍-୨ (ଡେଲଟା) ଆଣ୍ଟିଜେନ୍ ରହିଛି ଏବଂ ଏହା କୁକୁର, ସିଂହ, ଚିତାବାଘ, ମୂଷା ଏବଂ ଠେକୁଆ ପାଇଁ ନିରାପଦ ।
ଏହି ଟିକା ଲଞ୍ଚ୍ ଅବସରରେ ଆଇସିଆର ମହାନିର୍ଦ୍ଦେଶକ ତ୍ରିଲୋଚନ ମହାପାତ୍ର, ପଶୁପାଳନ ଏବଂ ଦୁଗ୍ଧ ସଚିବ ଅତୁଲ ଚତୁର୍ବେଦୀ ଏବଂ ଆଇସିଆର ଡେପୁଟି ଡାଇରେକ୍ଟର ଜେନେରାଲ ଭୁପେନ୍ଦ୍ର ନାଥ ତ୍ରିପାଠୀ ଉପସ୍ଥିତ ଥିଲେ।

Comments are closed.