କରୋନା ଅପଡେଟ୍: ଦେଶରେ ଆଉ ୮୯୫୪ ସଂକ୍ରମିତ ଚିହ୍ନଟ, ଲକ୍ଷେ ତଳକୁ ଖସିଲା ସକ୍ରିୟ ମାମଲା

ନୂଆଦିଲ୍ଲୀ: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ବିପଦ ମଧ୍ୟରେ ଆଜି ସମଗ୍ର ଦେଶରେ ପ୍ରାୟ ୯ ହଜାର କରୋନା ମାମଲା ସାମ୍ନାକୁ ଆସିଛି । ​​କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୯୫୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ସହିତ ୨୬୭ ରୋଗୀଙ୍କର ମୃତ୍ୟୁ ହୋଇଥିବାବେଳେ ୧୦,୨୦୭ ରୋଗୀ କରୋନାରୁ ସୁସ୍ଥ ହୋଇଛନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୫୨୦ ସକ୍ରିୟ ମାମଲା ହ୍ରାସ ପାଇଛି, ଯାହା ପରେ ମୋଟ ସକ୍ରିୟ ମାମଲା ଏକ ଲକ୍ଷ ତଳକୁ ଖସିଛି ‌। ଦେଶରେ ସମ୍ପ୍ରତି ୯୯,୦୨୩ ସକ୍ରିୟ ମାମଲା ରହିଛି, ଯାହା ୫୪୭ ଦିନରେ ସର୍ବନିମ୍ନ ।

ଦେଶରେ ମୋଟ ସଂକ୍ରମିତ ସଂଖ୍ୟା ୩,୪୫,୯୬,୭୭୬ କୁ ବୃଦ୍ଧି ପାଇଥିବା ବେଳେ ମୋଟ ମୃତକଙ୍କ ସଂଖ୍ୟା ୪ ଲକ୍ଷ ୬୯,୨୪୭ ରେ ପହଞ୍ଚିଛି । ବର୍ତ୍ତମାନ ପର୍ଯ୍ୟନ୍ତ, ସମୁଦାୟ ୩,୪୦,୨୮,୫୦୬ ଲୋକ ସାରା ଦେଶରେ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି ।

ଭାରତ ସରକାରଙ୍କ ୱେବସାଇଟ୍ କୋଓ୍ବିନ୍ ଅନୁଯାୟୀ, ବୁଧବାର ସକାଳ ୯.୩୦ ପର୍ଯ୍ୟନ୍ତ ସାରା ଦେଶରେ ୧୨୪.୧୬ କୋଟିରୁ ଅଧିକ ଟିକା ଡୋଜ୍ ଦିଆଯାଇଛି ।

Comments are closed.