ଓମିକ୍ରନ୍‌ରୁ ଦେଶରେ ଦ୍ୱିତୀୟ ମୃତ୍ୟୁ, ଉଦୟପୁରର ଜଣେ ବୃଦ୍ଧଙ୍କ ଜୀବନ ଗଲା

ନୂଆଦିଲ୍ଲୀ: ମହାରାଷ୍ଟ୍ର ପରେ ଉଦୟପୁରରେ ଓମିକ୍ରନ୍‌ରୁ ଦେଶର ଦ୍ୱିତୀୟ ମୃତ୍ୟୁ ରିପୋର୍ଟ ହୋଇଛି। ଓମିକ୍ରନ୍ ଯୋଗୁଁ ଜଣେ ୭୩ ବର୍ଷ ବୟସ୍କ ବୃଦ୍ଧ ପ୍ରାଣ ହରାଇଛନ୍ତି। ବୃଦ୍ଧ ଜଣକ ୧୪ ଡିସେମ୍ବରରେ କୋଭିଡ ପଜିଟିଭ୍ ହୋଇଥିଲେ । ପରେ ତାଙ୍କ ନମୁନାର ଜିନୋମ ସ୍ବିକ୍ବେନ୍ସିଂ ପରେ ସେ ଓମିକ୍ରନ୍ ଦ୍ବାରା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା ​​| ଯଦିଓ ପରେ ବୃଦ୍ଧଙ୍କ କରୋନା ରିପୋର୍ଟ ଦୁଇଥର ନେଗେଟିଭ ଆସିଥିଲା, ତେବେ କୋଭିଡ୍ ଜନିତ ଜଟିଳତା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା

ମୃତକଙ୍କ ଉଚ୍ଚ ରକ୍ତଚାପ ଓ ମଧୁମେହ ସମସ୍ୟା ବି ଥିଲା । ତେବେ ତାଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ନଥିଲା ବୋଲି କୁହାଯାଇଛି | ଏହାଛଡ଼ା ସେ ଉଭୟ ଡୋଜ୍ କରୋନା ଟିକା ମଧ୍ୟ ନେଇଥିଲେ |

ଏହା ପୂର୍ବରୁ ଓମିକ୍ରନ୍ ଜନିତ ଦେଶର ପ୍ରଥମ ମୃତ୍ୟୁ ମହାରାଷ୍ଟ୍ରରୁ ରିପୋର୍ଟ ହୋଇଥିଲା । ମଙ୍ଗଳବାର
୫୨ ବର୍ଷ ବୟସ୍କ ଜଣେ ବ୍ୟକ୍ତି ପ୍ରାଣ ହରାଇଥିଲେ।

Comments are closed.