କ୍ୟାବିନେଟ ନିଷ୍ପତ୍ତି : ଶିକ୍ଷକଙ୍କ ପାଇଁ ଲାଗୁ ହେବ ସପ୍ତମ ବେତନ କମିଶନ, ୫ ମହାନଗରର ପାଇଁ କାର୍ଯ୍ୟକାରୀ ହେବ ଜାଗା ମିଶନ

ଭୁବନେଶ୍ୱର – ଶିକ୍ଷକ ଓ ଅଣଶିକ୍ଷକଙ୍କ ପାଇଁ ସପ୍ତମ ବେତନ କମିଶନ ସୁପାରିଶ ଲାଗୁ ହେବ । ଏ ନେଇ ଆଜି ରାଜ୍ୟ କ୍ୟାବିନେଟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବ । ୨୦୨୨ରୁ ଲାଗୁ ହେବ ସପ୍ତମ ବେତନ କମିଶନ ସୁପାରିଶ । ଏହା ଦ୍ୱାରା ୨୬ ହଜାର ଶିକ୍ଷକ, ଅଧ୍ୟାପତ ଓ ଅଣଶିକ୍ଷକ ଉପକୃତ ହେବେ । ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷକ ଓ ଅଧ୍ୟାପକମାନଙ୍କୁ ସପ୍ତମ ବେତନ କମିଶନ ହାରରେ ଦରମା ମିଳିବ ।

ଆଜି କ୍ୟାବିନେଟ ବୈଠକରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ୫ଟି ମହାନଗର ନିଗମ ଅଧିନରେ ୯୩୮ଟି ବସ୍ତିରେ ବସବାସ କରୁଥିବା ଲୋକଙ୍କ ଲାଗି ଜାଗା ମିଶନ କାର୍ଯ୍ୟକାରୀ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି । ଓଡିଶା ବସ୍ତିବାସିନ୍ଦା ଭୂମି ଅଧିକାର ଅଧିନିୟନ-୨୦୧୭ ମାଧ୍ୟମରେ ୫ଟି ମହାନଗର ପାଇଁ ଜାଗା ମିଶନ କାର୍ଯ୍ୟକାରୀ ହେବ । ଏହା ଦ୍ୱାରା ୧.୯୦ ପରିବାର ଉପକୃତ ହେବେ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ମୋଟ ୯ଟି ପ୍ରସ୍ତାବ ଉପରେ ମୋହର ବାଜିଛି ।

Comments are closed.