ଭାରତ-ଚୀନ ସୀମା ବିବାଦ : ଲୋକସଭାରେ ବିବୃତି ରଖିଲେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ, କହିଲେ ସୀମା ବୁଝାମଣାକୁ ସମ୍ମାନ ଦେଉନାହିଁ ବେଜିଂ

ନୂଆଦିଲ୍ଲୀ – ଲଦାଖରେ ଭାରତ-ଚୀନ ସୀମା ବିବାଦ ପ୍ରସଙ୍ଗରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଲୋକସଭାରେ ବିବୃତି ଦେଇଛନ୍ତି । ରାଜନାଥ କହିଛନ୍ତି ଯେ, ଚୀନ୍ , ଭାରତ ସହ ପାରମ୍ପରିକ ସୀମା ବୁଝାମଣାକୁ ସମ୍ମାନ ଦେଉନାହିଁ । ବୁଝାମଣା କେବଳ ଚୁକ୍ତିନାମା ଦ୍ୱାରା ବ୍ୟାଖ୍ୟା କରାଯାଇ ନାହିଁ , ବରଂ ଐତିହାସିକ ଭାବେ ଏହା ବଜାୟ ରହିଛି ।

ତେବେ, ଚୀନ୍ ଏଥିରେ ବିଶ୍ୱାସ କରେ ନାହିଁ ବୋଲି କହିଛନ୍ତି ରାଜନାଥ । ସେ ଚେତାବନୀ ଦେଇଛନ୍ତି ଯେ, ବାସ୍ତବ ନିୟନ୍ତ୍ରମ ରେଖାରେ ଗମୀର ପରିସ୍ଥିତି ଦୁଇ ଦେଶର ସଂପର୍କକୁ ପ୍ରଭାବିତ କରିବ । ଜୁନ୍ ୧୫ରେ ଗଲୱାନ ଉପତ୍ୟକା ସଂଘର୍ଷରେ ସହିଦ ହୋଇଥିବା ୨୦ ଭାରତୀୟ ଯବାନଙ୍କ ପ୍ରତି ଶ୍ରଦ୍ଧାଜଂଳି ଅର୍ପଣ କରିଥିଲେ ପ୍ରତିରକ୍ଷା ମନ୍ତ୍ରୀ । ସେ କହିଥିଲେ ଯେ, ସୀମା ବିବାଦ ଏକ ଜଟିଳ ପ୍ରସଙ୍ଗ । ଏହାର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଦୁଇ ଦେଶ ସହମତ ହୋଇଛନ୍ତି । ସୀମାରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବାକୁ ଏକାଧିକ ଚୁକ୍ତି ଓ ପ୍ରୋଟକଲ ରହିଛି ।

Comments are closed.