କରୋନା ଅପଡେଟ୍: ଦେଶରେ ଆଉ ୧.୬୧ ଲକ୍ଷ ନୂଆ ମାମଲା, ୧୭୩୩ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ କ୍ରମାଗତ ହ୍ରାସ ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କୋଭିଡ୍-୧୯ ମାମଲାରେ ୩.୪ ପ୍ରତିଶତ ହ୍ରାସ ଘଟିଛି । ବୁଧବାର ଆଉ ୧,୬୧,୩୮୬ ମାମଲା ରିପୋର୍ଟ ହୋଇଛି ଏବଂ ୧୭୩୩ ଲୋକ ପ୍ରାଣ ହରାଇଛନ୍ତି । ଏଥିରେ କେରଳରେ ୧୦୬୩ ଟି ବ୍ୟାକଲଗ୍ ମୃତ୍ୟୁ ସାମିଲ ଅଛି । ମଙ୍ଗଳବାର ଦିନ ଦେଶରେ ୧,୬୭,୦୫୯ ଟି କରୋନା ମାମଲା ରୁଜୁ ହୋଇଥିଲା ।

ଗତ ୨୪ ଘଣ୍ଟାରେ ଦେଶରେ ୫୭,୪୨,୬୫୯ ଟିକା ଡୋଜ୍ ଦିଆଯାଇଛି । ଏପର୍ୟ୍ୟନ୍ତ ଦେଶରେ ପ୍ରାୟ ୧୬୭,୨୯,୪୨,୭୦୭ ଟିକା ଡୋଜ ଦିଆଯାଇଛି ।

ବର୍ତ୍ତମାନ ଦେଶରେ କରୋନା ସକ୍ରିୟ ମାମଲା ସଂଖ୍ୟା ୧୬,୨୧,୬୦୩ ରହିଛି ଏବଂ ସକ୍ରିୟ ମାମଲା ହାର ୩.୯୦% ରହିଛି । ସୁସ୍ଥତା ହାର ହେଉଛି ୯୪.୯୧% । ଗତ ୨୪ ଘଣ୍ଟା ମଧ୍ୟରେ, ୨,୮୧,୧୦୯ ରୋଗୀ କରୋନାରୁ ସୁସ୍ଥ ହୋଇଛନ୍ତି । ଏହା ସହିତ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୩,୯୫,୧୧,୩୦୭କୁ ବୃଦ୍ଧି ପାଇଛି । ଦୈନିକ ପଜିଟିଭିଟି ହାର ହେଉଛି ୯.୨୬%କୁ ହ୍ରାସ ପାଇଛି । ବର୍ତ୍ତମାନ ସୁଦ୍ଧା ମୋଟ ୭୩.୨୪ କୋଟି ମାମଲା ପଞ୍ଜିକୃତ ହୋଇଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୧୭,୪୨,୭୯୩ କରୋନା ଟେଷ୍ଟ କରାଯାଇଛି।

Comments are closed.