ଦେଶରେ କରୋନା ମାମଲାରେ ସାମାନ୍ୟ ବୃଦ୍ଧି, ଗତ ୨୪ ଘଣ୍ଟାରେ ୧.୭୨ ଲକ୍ଷ ଆକ୍ରାନ୍ତ ଚିହ୍ନଟ, ୧୦୦୮ ମୃତ

ନୂଆଦିଲ୍ଲୀ: ଗତକାଲି ତୁଳନାରେ ଆଜି ଦେଶରେ କରୋନା ମାମଲା ସାମାନ୍ୟ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଏକ ଲକ୍ଷ ୭୨ ହଜାର ୪୩୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକରେ ଆଉ ୧୦୦୮ ଜଣଙ୍କର ମୃତ୍ୟୁ ଘଟିଛି। ଗତକାଲି ତୁଳନାରେ ଆଜି ୬.୮ ପ୍ରତିଶତ ଅଧିକ କରୋନା ମାମଲା ଆସିଛି |

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ପ୍ରକାଶିତ ତଥ୍ୟ ଅନୁଯାୟୀ ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ସଂଖ୍ୟା ୧୫ ଲକ୍ଷ ୩୩ ହଜାର ୯୨୧କୁ ହ୍ରାସ ପାଇଛି। ଏଥି ସହିତ ଏହି ମହାମାରୀରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୪ ଲକ୍ଷ ୯୮ ହଜାର ୯୮୩କୁ ବୃଦ୍ଧି ପାଇଛି। ତଥ୍ୟ ଅନୁଯାୟୀ, ଗତକାଲି ଦୁଇ ଲକ୍ଷ ୮୧ ହଜାର ୧୦୯ ଲୋକ ସୁସ୍ଥ ହୋଇଥିଲେ, ଯାହା ପରେ ଏପର୍ଯ୍ୟନ୍ତ ୩ କୋଟି ୯୭ ଲକ୍ଷ ୭୦ ହଜାର ୪୧୪ ଲୋକ ସଂକ୍ରମଣମୁକ୍ତ ହୋଇଛନ୍ତି।

ଦେଶବ୍ୟାପୀ ଟିକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ୧୬୭ କୋଟିରୁ ଅଧିକ ଡୋଜ୍ ଟିକା ଦିଆଯାଇଛି। ଗତକାଲି ଆଉ ୫୫ ଲକ୍ଷ ୧୦ ହଜାର ୬୯୩ ଡୋଜ୍ ଦିଆଯାଇଥିଲା ଏପର୍ଯ୍ୟନ୍ତ ମୋଟ ୧୬୭ କୋଟି ୮୭ ଲକ୍ଷ ୯୩ ​​ହଜାର ୧୩୭ ଡୋଜ ଟିକା ଦିଆଯାଇଛି।

Comments are closed.