ରାଜ୍ୟରେ ଆଉ ୩ ହଜାର ୬୨୯ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ହ୍ରାସ ପାଉଛି କୋରୋନା ସଂକ୍ରମଣ । ଗତ କିଛି ଦିନ ହେବ ୪ ହଜାର ତଳେ ହିଁ ରହୁଛି ଦୈନିକ କୋରୋନା ସଂକ୍ରମଣ । ଦିନକରେ ଚିହ୍ନଟ ହୋଇଛନ୍ତି ଆଉ ୩ ହଜାର ୬୨୯ ଆକ୍ରାନ୍ତ । ସଙ୍ଗରୋଧରୁ ୨ ହଜାର ୧୧୫ ଓ ସ୍ଥାନୀୟ ଅଞ୍ଚଳରୁ ୧ ହଜାର ୫୧୪ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୫୧୫ ଜଣ ହେଉଛନ୍ତି ୧୮ ବର୍ଷରୁ କମ ବୟସ୍କ ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୧୬, ସୁନ୍ଦରଗଡରୁ ୩୪୬, କଟକରୁ ୩୨୯, କେନ୍ଦ୍ରାପଡାରୁ ୧୪୯, ମୟୂରଭଞ୍ଜରୁ ୧୪୨, ଯାଜପୁରରୁ ୧୩୭, ନୟାଗଡରୁ ୧୧୮, ବାଲେଶ୍ୱରରୁ ୧୧୧, ରାୟଗଡାରୁ ୧୦୧, ସମ୍ବଲପୁରରୁ ୧୦୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବଲାଙ୍ଗିର ଜିଲ୍ଲାରୁ ୯୧, ନବରଙ୍ଗପୁରରୁ ୯୦, ଜଗତସିଂହପୁରରୁ ୮୯, ଅନୁଗୁଳରୁ ୮୯, କଳାହାଣ୍ଡିରୁ ୮୫, ବୌଦ୍ଧରୁ ୮୦,ବରଗଡରୁ ୭୧, ନୂଆପଡାରୁ ୭୦, ଦେବଗଡରୁ ୬୮, ଗଜପତିରୁ ୫୬, ଢେଙ୍କାନାଳରୁ ୫୫, ପୁରୀରୁ ୫୩, ଝାରସୁଗୁଡାରୁ ୫୧, କନ୍ଧମାଳରୁ ୪୭, ଗଞ୍ଜାମରୁ ୪୬, ଭଦ୍ରକରୁ ୪୫, କେନ୍ଦୁଝରରୁ ୪୪, ସୋନପୁରରୁ ୩୫, କୋରାପୁଟରୁ ୩୧, ମାଲକାନଗିରିରୁ ୨୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଷ୍ଟେଟ ପୁଲରୁ ଚିହ୍ନଟ ହୋଇଛନ୍ତି ୧୬୦ ଆକ୍ରାନ୍ତ । ରାଜ୍ୟରେ ୩୫ ହଜାର ୩୦୬ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି ।

Comments are closed.