କରୋନା ଅପଡେଟ୍: ଦେଶରେ ୧୧,୨୭୧ ନୂଆ ମାମଲା, ୨୮୫ ମୃତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ କରୋନା ସଂକ୍ରମଣର ୧୧,୨୭୧ ନୂଆ ମାମଲା ରିପୋର୍ଟ ହୋଇଛି। ଏହା ସହିତ ସକ୍ରିୟ ମାମଲା ସଂଖ୍ୟାରେ ମଧ୍ୟ ହ୍ରାସ ଘଟିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟାରେ ସକ୍ରିୟ ମାମଲା ସଂଖ୍ୟା ଗତ ୫୨୨ ଦିନ ମଧ୍ୟରେ ସର୍ବନିମ୍ନ ରେକର୍ଡ କରାଯାଇଛି। ଅନ୍ୟପକ୍ଷେ ଦିନକରେ କରୋନାରେ ୨୮୫ ଜଣ ଲୋକ ପ୍ରାଣ ହରାଇଛନ୍ତି।

ସମ୍ପ୍ରତି ଭାରତରେ ସକ୍ରିୟ ମାମଲା ସଂଖ୍ୟା ୧,୩୫,୯୧୮ ଅଛି । ଗତ ୫୨୨ ଦିନ ମଧ୍ୟରେ ଏହି ସଂଖ୍ୟା ସର୍ବନିମ୍ନ ଅଟେ । ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୧% ରୁ କମ୍, ଯାହାକି ୦.୩୯% ।

ଭାରତରେ ଆରୋଗ୍ୟ ହାର ହେଉଛି ୯୮.୨୬ ପ୍ରତିଶତ, ଯାହା ମାର୍ଚ୍ଚ ୨୦୨୦ ଠାରୁ ସର୍ବାଧିକ । ଦିନକରେ କରୋନାରୁ ୧୧,୩୭୬ ଲୋକ ସୁସ୍ଥ ହୋଇଛିନ୍ତି । ବର୍ତ୍ତମାନ ପର୍ୟ୍ୟନ୍ତ ସମୁଦାୟ ୩,୩୮,୩୭,୮୫୯ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୭,୪୩,୮୪୦ କରୋନା ଟିକା ଦିଆଯାଇଛି । ଏଯାବତ୍ ୧୧୨.୦୧ କୋଟି ଲୋକଙ୍କୁ କରୋନା ଟିକା ଦିଆଯାଇଛି।

Comments are closed.