କରୋନା ଅପଡେଟ୍: ଦେଶରେ ୨,୭୦୬ ନୂଆ ମାମଲା, ୨୫ ମୃତ

ନୂଆଦିଲ୍ଲୀ: ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୨,୭୦୬ ନୂଆ ମାମଲା ରିପୋର୍ଟ ହୋଇଛି । ଗତକାଲି ତୁଳନାରେ ଦୈନିକ ସଂକ୍ରମଣ ୪.୩ ପ୍ରତିଶତ ହ୍ରାସ ହୋଇଛି। କରୋନା ଯୋଗୁଁ ଆଉ ୨୫ ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହିତ ଦେଶରେ କରୋନାରୁ ମୋଟ ମୃତ୍ୟୁ ସଂଖ୍ୟା ୫,୨୪,୬୧୧ କୁ ବୃଦ୍ଧି ପାଇଛି । ଦେଶରେ ସକ୍ରିୟ ମାମଲା ୧୭,୬୯୮ କୁ ବୃଦ୍ଧି ପାଇଛି । ଏଯାବତ୍ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୩,୧୫୫,୭୪୯ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୪୨,୬୧୩,୪୪୦ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଅନ୍ୟପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ସମଗ୍ର ଦେଶରେ ଆଉ ୨,୨୮,୮୨୩ ଟିକା ଦିଆଯାଇଛି । ତଥ୍ୟ ଅନୁଯାୟୀ, ଦେଶବ୍ୟାପୀ ଟୀକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ସମୁଦାୟ ୧,୯୩,୩୧,୫୭,୩୫୨ ଡୋଜ୍ ଟିକା ଦିଆଯାଉଛି।

Comments are closed.