କରୋନା ଅପଡେଟ୍: ଦେଶରେ ଆଉ ୨,୮୪୧ ନୂଆ ମାମଲା

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୨,୮୪୧ ନୂଆ କରୋନା ମାମଲା ରିପୋର୍ଟ ହୋଇଛି। ଏହି ରୋଗରେ ଆଉ ୯ ଜଣଙ୍କର ମୃତ୍ୟୁ ହୋଇଛି । କ୍ରମାଗତ ଚତୁର୍ଥ ଦିନ ପାଇଁ ତିନି ହଜାରରୁ କମ୍ କରୋନା ମାମଲା ରିପୋର୍ଟ ହୋଇଛି। ଏହାପୂର୍ବରୁ ୯ ମଇରେ ୨୨୯୭, ୧୦ ମଇରେ ୨୮୨୭ ଏବଂ ୧୧ ମଇରେ ୨୮୨୭ ମାମଲା ରୁଜୁ ହୋଇଥିଲା।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଦିନକରେ ୩,୨୯୫ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି। ଏହା ସହିତ କରୋନା ର ସକ୍ରିୟ ମାମଲା ବର୍ତ୍ତମାନ ୧୯ ହଜାର ତଳକୁ ଖସିଛି । ବର୍ତ୍ତମାନ ଦେଶରେ କରୋନାର ୧୮,୬୦୪ ସକ୍ରିୟ ମାମଲା ଅଛି । ଏପର୍ଯ୍ୟନ୍ତ ମୋଟ ୪ କୋଟି ୨୫ ଲକ୍ଷ ୭୩ ହଜାର ୪୬୦ ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି। କରୋନା କାରଣରୁ ଏଯାବତ୍ ମୋଟ ୫ ଲକ୍ଷ ୨୪ ହଜାର ୧୯୦ ଲୋକଙ୍କ ମୃତ୍ୟୁ ହୋଇଛି।

Comments are closed.