କରୋନା ଅପଡେଟ୍: ଗତ ୨୪ ଘଣ୍ଟାରେ ୨୯,୬୧୬ ନୂଆ ମାମଲା, ୨୯୦ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ସକ୍ରିୟ ମାମଲା କ୍ରମାଗତ ଭାବେ ହ୍ରାସ ପାଉଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ଶୁକ୍ରବାର ସକାଳେ ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୨୯,୬୧୬ ନୂଆ ମାମଲା ଆସିଥିବା ବେଳେ ୨୯୦ ଲୋକ ପ୍ରାଣ ହରାଇଛନ୍ତି। ଦିନକରେ ଆଉ ୨୮୦୪୬ ଲୋକ ମଧ୍ୟ କରୋନାରୁ ଆରୋଗ୍ୟ ହୋଇଛନ୍ତି, ଅର୍ଥାତ୍ ୪୪୯୬ ସକ୍ରିୟ ମାମଲା ହ୍ରାସ ପାଇଛି |

କରୋନା ମହାମାରୀ ଆରମ୍ଭରୁ ଏଯାବତ୍ ଦେଶରେ ମୋଟ ତିନି କୋଟି ୩୬ ଲକ୍ଷ ୨୪ ହଜାର ଲୋକ ସଂକ୍ରମିତ ହୋଇଛନ୍ତି। ସେଥିମଧ୍ୟରୁ ୪ ଲକ୍ଷ ୪୬ ହଜାର ୬୫୮ ଜଣଙ୍କର ମୃତ୍ୟୁ ହୋଇଛି। ଏପର୍ଯ୍ୟନ୍ତ ୩ କୋଟି ୨୮ ଲକ୍ଷ ୭୬ ହଜାର ଲୋକ ଆରୋଗ୍ୟ ଲାଭ କରିଛନ୍ତି। ଦେଶରେ କରୋନା ସକ୍ରିୟ ମାମଲା ସଂଖ୍ୟା ପ୍ରାୟ ତିନି ଲକ୍ଷକୁ ଖସିଆସିଛି | ସମୁଦାୟ ୩ ଲକ୍ଷ ୧ ହଜାର ଲୋକ ଏବେବି ଚିକିତ୍ସାଧୀନ ଅଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ସେପ୍ଟେମ୍ବର ୨୩ ପର୍ଯ୍ୟନ୍ତ ସାରା ଦେଶରେ ୮୪ କୋଟି ୮୯ ଲକ୍ଷ ୨୯ ହଜାର ୧୬୦ ଡୋଜ କରୋନା ଟିକା ଦିଆଯାଇଛି। ଦିନକରେ ୭୧.୦୪ ଲକ୍ଷ ଟିକା ଦିଆଯାଇଥିଲା ।

Comments are closed.