ଦେଶରେ କରୋନାର ଲମ୍ବା ଡିଆଁ ଜାରି, ଦିନକରେ ଆସିଲା ୩.୪୭ ଲକ୍ଷ ମାମଲା, ୭୦୩ ମୃତ

ନୂଆଦିଲ୍ଲୀ: ଦେଶରେ କରୋନାର ଲମ୍ବା ଡିଆଁ ଜାରି ରହିଛି । ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଆଉ ୩ ଲକ୍ଷ ୪୭ ହଜାର ୨୫୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକରେ ଏହି ରୋଗରେ ଆଉ ୭୦୩ ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହିତ ଦେଶରେ ଓମିକ୍ରନ୍ ଭାରିଆଣ୍ଟର ଏପର୍ଯ୍ୟନ୍ତ ୯୬୯୨ ମାମଲା ରିପୋର୍ଟ କରାଯାଇଛି | ଦେଶରେ ଦୈନିକ ପଜିଟିଭିଟି ହାର ବର୍ତ୍ତମାନ ୧୭.୯୪% ରେକର୍ଡ କରାଯାଇଛି |

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ସଂଖ୍ୟା ୨୦ ଲକ୍ଷ ୧୮ ହଜାର ୮୨୫କୁ ବୃଦ୍ଧି ପାଇଛି | ଏଥି ସହିତ, ଏହି ମହାମାରୀ ଯୋଗୁଁ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୪ ଲକ୍ଷ ୮୮ ହଜାର ୩୯୬ରେ ପହଞ୍ଚିଛି। ତଥ୍ୟ ଅନୁଯାୟୀ, ଗତକାଲି ଦୁଇ ଲକ୍ଷ ୫୧ ହଜାର ୭୭୭ ଲୋକ ଆରୋଗ୍ୟ ଲାଭ କରିଥିଲେ, ଯାହା ପରେ ଏପର୍ଯ୍ୟନ୍ତ ୩ କୋଟି ୬୦ ଲକ୍ଷ ୫୮ ହଜାର ୮୦୬ ଲୋକ ସଂକ୍ରମଣମୁକ୍ତ ହୋଇଯାଇଛନ୍ତି।

ଦେଶବ୍ୟାପୀ ଟିକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ୧୬୦ କୋଟିରୁ ଅଧିକ ଡୋଜ୍ ଟିକା ଦିଆଯାଇଛି। ଗତକାଲି ୭୦ ଲକ୍ଷ ୪୯ ହଜାର ୭୭୯ ଡୋଜ ଦିଆଯାଇଥିଲା । ଏଥସହ ଏପର୍ଯ୍ୟନ୍ତ ଟିକାକରଣ ସଂଖ୍ୟା ୧୬୦ କୋଟି ୪୩ ଲକ୍ଷ ୭୦ ହଜାର ୪୮୪କୁ ବୃଦ୍ଧି ପାଇଛି ।

Comments are closed.