ଦେଶରେ ଆଉ ୫୦, ୪୦୭ ନୂଆ ମାମଲା, ୮୦୪ ମୃତ

ନୂଆଦିଲ୍ଲୀ:ଦେଶରେ କରୋନା ମାମଲା ଏବେ ହ୍ରାସ ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାର ୫୦, ୪୦୭ ନୂଆ ମାମଲା ରିପୋର୍ଟ ହୋଇଛି । ଦିନକରେ ଆଉ ୮୦୪ ଜଣଙ୍କର ମୃତ୍ୟୁ ହୋଇଛି। ଗତକାଲି ୫୮,୦୭୭ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଦେଶରେ ପଜିଟିଭିଟି ହାର ବର୍ତ୍ତମାନ ୩.୪୮ କୁ ବୃଦ୍ଧି ପାଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ପ୍ରକାଶିତ ତଥ୍ୟ ଅନୁଯାୟୀ ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ସଂଖ୍ୟା ୬ ଲକ୍ଷ ୧୦ ହଜାର ୪୪୩ କୁ ହ୍ରାସ ପାଇଛି। ଏହି ମହାମାରୀ ଯୋଗୁଁ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୫ ଲକ୍ଷ ୭ ହଜାର ୯୮୧ କୁ ବୃଦ୍ଧି ପାଇଛି। ତଥ୍ୟ ଅନୁଯାୟୀ, ଗତକାଲି ୧,୩୬,୯୬୨ ଲୋକ ସୁସ୍ଥ ହୋଇଥିଲେ, ଏହା ପରେ ୪ କୋଟି ୧୪ ଲକ୍ଷ ୬୮ ହଜାର ୧୨୦ ଲୋକ ସଂକ୍ରମଣମୁକ୍ତ ହୋଇଥିଲେ।

ଦେଶବ୍ୟାପୀ ଟିକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ପ୍ରାୟ ୧୭୨ କୋଟି ଡୋଜ୍ ଟିକା ଦିଆଯାଇଛି। ଗତକାଲି ୪୬ ଲକ୍ଷ ୮୨ ହଜାର ୬୬୨ ଡୋଜ୍ ଦିଆଯାଇଥିଲା । ଏହାପରେ ଦେଶରେ ମୋଟ ଟିକାକରଣ ସଂଖ୍ୟା ୧୭୨ କୋଟି ୨୯ ଲକ୍ଷ ୪୭ ହଜାର ୬୮୮ ଡୋଜ୍ ଟିକା ଦିଆଯାଇଛି ।

Comments are closed.