କରୋନା ଅପଡେଟ୍: ଭାରତରେ ୫,୩୨୬ ନୂଆ ମାମଲା, ୪୫୩ ମୃତ, ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୨୦୦ ଛୁଇଁଲା

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ମାମଲା ହ୍ରାସ ପାଉଥିବା ବେଳେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ର ମାମଲା ବୃଦ୍ଧି ପାଉଛି | ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ମଙ୍ଗଳବାର ସକାଳେ ଜାରି ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟାରେ ୫,୩୨୬ ନୂଆ କରୋନା ମାମଲା ଆସିଛି ଏବଂ ୪୫୩ ଜଣ ଲୋକ ପ୍ରାଣ ହରାଇଛନ୍ତି। ଅନ୍ୟପକ୍ଷରେ ଭାରତରେ ଓମିକ୍ରନ୍ ମାମଲା ୨୦୦ ଛୁଇଁଛି ।

କରୋନା ମହାମାରୀ ଆରମ୍ଭରୁ ଏଯାବତ୍ ମୋଟ ୩ କୋଟି ୪୭ ଲକ୍ଷ ୫୨ ହଜାର ଲୋକ ସଂକ୍ରମିତ ହୋଇଛନ୍ତି। ଏଥିମଧ୍ୟରୁ ୪ ଲକ୍ଷ ୭୮ ହଜାର ଲୋକଙ୍କ ମୃତ୍ୟୁ ଘଟିଛି। ଭଲ କଥା ହେଉଛି ଏପର୍ଯ୍ୟନ୍ତ ୩ କୋଟି ୪୧ ଲକ୍ଷ ୭୧ ହଜାର ଲୋକ ଆରୋଗ୍ୟ ଲାଭ କରିଛନ୍ତି। ଦେଶରେ କରୋନା ସକ୍ରିୟ ମାମଲା ସଂଖ୍ୟା ୧ ଲକ୍ଷରୁ କମ୍ ରହିଛି | ୭୯,୦୯୭ ଲୋକ ଏବେବି ଚିକିତ୍ସାଧୀନ ଅଛନ୍ତି |

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଡିସେମ୍ବର ୨୦, ୨୦୨୧ ପର୍ଯ୍ୟନ୍ତ ସମଗ୍ର ଦେଶରେ ୧୩୮ କୋଟି ୩୪ ଲକ୍ଷ ୭୮ ହଜାର ଡୋଜ କରୋନା ଟିକା ଦିଆଯାଇଛି। ଗତକାଲି ୬୪.୫୬ ଲକ୍ଷ ଟିକା ଡୋଜ୍ ଦିଆଯାଇଥିଲା।

Comments are closed.