କରୋନା ଅପଡେଟ୍: ଦେଶରେ ୮୬୦୩ ନୂଆ ମାମଲା, ୪୧୫ ମୃତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଭାରତରେ ୮୬୦୩ ନୂଆ କରୋନା ମାମଲା ରୁଜୁ ହୋଇଛି। ଏହି ମହାମାରୀରେ ଆଉ ୪୧୫ ଜଣଙ୍କ ମୃତ୍ୟୁ ହୋଇଛି ।

ଭାରତର କରୋନା ମୃତ୍ୟୁ ସଂଖ୍ୟା ୪,୭୦,୫୩୦କୁ ବୃଦ୍ଧି ପାଇଛି । ମୋଟ ମାମଲା ୩ କୋଟି ୪୬ ଲକ୍ଷ ୨୪,୩୬୦ରେ ପହଞ୍ଚିଛି । ବର୍ତ୍ତମାନ ଭାରତରେ ୯୯,୯୭୪ ସକ୍ରିୟ ମାମଲା ଅଛି | ଦେଶରେ ସୁସ୍ଥତା ହାର ବର୍ତ୍ତମାନ ୯୮.୨୬ ପ୍ରତିଶତ ଅଟେ | ଦିନକରେ ୮,୧୯୦ ଲୋକ ଆରୋଗ୍ୟ ଲାଭ କରିଛନ୍ତି | ଏହା ପରେ, ଆରୋଗ୍ୟ ଲାଭ କରିଥିବା ଲୋକଙ୍କ ସଂଖ୍ୟା ୩,୪୦,୫୩,୮୫୬ କୁ ବୃଦ୍ଧି ପାଇଛି | ଏଥିସହ ଦେଶବ୍ୟାପୀ ଟୀକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ୧୨୬.୫୪ କୋଟି ଟିକା ଡୋଜ ଦିଆଯାଇଛି।

Comments are closed.