କରୋନା ଅପଡେଟ୍: ଦେଶରେ ଆଉ ୯,୧୧୯ ମାମଲା ଚିହ୍ନଟ, ୩୯୬ ମୃତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଆଉ ୯,୧୧୯ କରୋନା ମାମଲା ଚିହ୍ନଟ ହୋଇଛି । ଦିନକରେ ଏହି ରୋଗରେ ପୁଣି ୩୯୬ ଜଣଙ୍କ ମୃତ୍ୟୁ ହୋଇଛି। ଭାରତରେ କରୋନାର ମୋଟ ମାମଲା ସଂଖ୍ୟା ୩୪, ୫୪୪, ୮୮୨ କୁ ବୃଦ୍ଧି ପାଇଛି ।

ଅନ୍ୟ ପଟେ ସକ୍ରିୟ ମାମଲା ୧୦୯,୯୪୦ କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ କରୋନାରୁ ୧୦,୨୬୪ ଲୋକ ସୁସ୍ଥ ହୋଇଛନ୍ତି । କରୋନାରୁ ଆରୋଗ୍ୟ ହୋଇଥିବା ମୋଟ ଲୋକଙ୍କ ସଂଖ୍ୟା ୩୩,୯୬୭,୯୬୨ରେ ପହଞ୍ଚିଛି । ଏପର୍ଯ୍ୟନ୍ତ ଦେଶରେ ୪୬୬, ୯୮୦ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି । ଦିନକରେ ଦେଶରେ ଆଉ ୯୦,୨୭,୬୩୮ ଟିକା ଡୋଜ୍ ଦିଆଯାଇଛି। ଏପର୍ଯ୍ୟନ୍ତ ସମୁଦାୟ ୧୧୯ କୋଟି ୩୮ ଲକ୍ଷ ୪୪ ‌,୭୪୧ ଡୋଜ୍ କରୋନା ଟିକା ଦିଆଯାଇଛି ।

ଅନେକ ଦେଶରେ କରୋନା ମାମଲା ପୁଣି ବୃଦ୍ଧି ହେବାର ଉଲ୍ଲେଖ କରି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପଶ୍ଚିମବଙ୍ଗ, କେରଳ, ମହାରାଷ୍ଟ୍ର, ପଞ୍ଜାବ ସମେତ ୧୩ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ସାପ୍ତାହିକ ପରୀକ୍ଷା ହାରରେ ହ୍ରାସ ଏବଂ କେତେକ ଜିଲ୍ଲାରେ ସଂକ୍ରମଣ ହାରରେ ବୃଦ୍ଧି ନେଇ ଚିନ୍ତା ବ୍ୟକ୍ତ କରିଛି। ନାଗାଲାଣ୍ଡ, ସିକ୍କିମ, ମହାରାଷ୍ଟ୍ର, କେରଳ, ଗୋଆ, ମଣିପୁର, ମେଘାଳୟ, ମିଜୋରାମ, ଜାମ୍ମୁ କାଶ୍ମୀର, ପଞ୍ଜାବ, ରାଜସ୍ଥାନ, ପଶ୍ଚିମବଙ୍ଗ ଏବଂ ଲଦାଖକୁ ଲେଖିଥିବା ଚିଠିରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ବିବାହ ଋତୁ , ପର୍ବପର୍ବାଣୀ ଏବଂ ଛୁଟିଦିନ ପାଇଁ ସମ୍ପ୍ରତି ଯାତ୍ରାରେ ବୃଦ୍ଧିକୁ ଦୃଷ୍ଟିରେ ରଖି ଉଚ୍ଚ ଟେଷ୍ଟ ହାର ବଜାୟ ରଖିବା ଉପରେ ଗୁରୁତ୍ୱ ଦେଇଛନ୍ତି । ଭୂଷଣ ଚିଠିରେ କହିଛନ୍ତି ଯେ ଟେଷ୍ଟ ଅଭାବରୁ ପ୍ରକୃତ ସଂକ୍ରମଣ ହାର ଜଣା ପଡିବ ନାହିଁ।

Comments are closed.