କରୋନା ଅପଡେଟ୍: ଭାରତରେ ବେଲଗାମ ତୃତୀୟ ଲହର, ଦିନକରେ ଆସିଲା ପ୍ରାୟ ଅଢେ଼ଇ ଲକ୍ଷ ମାମଲା

ନୂଆଦିଲ୍ଲୀ: ବେଲଗାମ ହୋଇଛି କରୋନାର ତୃତୀୟ ଲହର । ଭୟଙ୍କର ଗତିରେ ମାଡ଼ି ଚାଲିଛି ସଂକ୍ରମଣ । ଦେଶରେ ଦେଶରେ ଦୈନିକ ମାମଲା ଦୁଇଲକ୍ଷ ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଦୁଇ ଲକ୍ଷ ୪୭ ହଜାର ୪୧୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକରେ ୩୮୦ ଜଣଙ୍କର ମୃତ୍ୟୁ ଘଟିଛି। ଏଥି ସହିତ ଭାରତରେ ଏପର୍ଯ୍ୟନ୍ତ ଓମିକ୍ରନ୍ ଭାରିଆଣ୍ଟର ୫୪୮୮ ମାମଲା ରିପୋର୍ଟ କରାଯାଇଛି । ଦେଶରେ ଦୈନିକ ପଜିଟିଭିଟି ହାର ବର୍ତ୍ତମାନ ୧୩.୧୧%କୁ ବୃଦ୍ଧି ପାଇଛି । ଗତକାଲି ତୁଳନାରେ ଦେଶରେ ୫୨ ହଜାର ୬୯୭ ଅଧିକ ମାମଲା ରେକର୍ଡ କରାଯାଇଛି । ଗତକାଲି ୧ ଲକ୍ଷ ୯୪ ହଜାର ୭୨୦ ଟି କରୋନା ମାମଲା ରୁଜୁ ହୋଇଥିଲା।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ସଂଖ୍ୟା ୧୧ ଲକ୍ଷ ୧୭ ହଜାର ୫୩୧ କୁ ବୃଦ୍ଧି ପାଇଛି । ଏଥି ସହିତ ଏହି ମହାମାରୀରେ ଏଯାବତ୍ ୪ ଲକ୍ଷ ୮୫ ହଜାର ୩୫ ଲୋକ ପ୍ରାଣ ହରାଇଛନ୍ତି। ତଥ୍ୟ ଅନୁଯାୟୀ, ଗତକାଲି ୮୪ ହଜାର ୮୨୫ ଜଣ ଲୋକ ସୁସ୍ଥ ହୋଇଥିଲେ, ଯାହା ପରେ ଏପର୍ଯ୍ୟନ୍ତ ୩ କୋଟି ୪୭ ଲକ୍ଷ ୧୫ ହଜାର ୩୬୧ ଲୋକ ସୁସ୍ଥ ହୋଇଛନ୍ତି।

ଦେଶବ୍ୟାପୀ ଟିକାକରଣ ଅଭିଯାନ ଅଧୀନରେ ଏପର୍ୟ୍ୟନ୍ତ ୧୫୪ କୋଟିରୁ ଅଧିକ ଡୋଜ୍ ଟିକା ଦିଆଯାଇଛି। ଗତକାଲି ୭୬ ଲକ୍ଷ ୩୨ ହଜାର ୨୪ ଡୋଜ ଦିଆଯାଇଥିଲା । ଏପର୍ଯ୍ୟନ୍ତ ୧୫୪ କୋଟି ୬୧ ଲକ୍ଷ ୩୯ ହଜାର ୪୬୫ ଡୋଜ ଟିକା ଦିଆଯାଇଛି।

Comments are closed.