କୋରୋନା ପ୍ରକୋପ : ଦେଶରେ ଦିନକରେ ସର୍ବାଧିକ ରୋଗୀ ଚିହ୍ନଟ , ୩୫ ଲକ୍ଷ ପାର କଲା ମୋଟ ପଜିଟିଭ ସଂଖ୍ୟା, ୨୪ ଘଂଟାରେ ୯୪୮ ମୃତ

ନୂଆଦିଲ୍ଲୀ : ଭାରତରେ ଦିନକରେ ଏପର୍ଯ୍ୟନ୍ତ ସବୁଠାରୁ ଅଧିକ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଂଟାରେ ର୍ରେ ସଂକ୍ରମିତଙ୍କ ତାଲିକାରେ ଯୋଡି ହୋଇଯାଇଛନ୍ତି ଆଉ ୭୮ ହଜାର ୭୬୧ ବ୍ୟକ୍ତି । ଏଥିସହିତ ଦେଶରେ ମୋଟ ପଜିଟିଭଙ୍କ ସଂଖ୍ୟା ୩୫ ଲକ୍ଷ ଅତିକ୍ରମ ହୋଇ ୩୫ ଲକ୍ଷ ୪୨ ହଜାର ୭୩୩ରେ ପହଂଚିଛି ।

୯୪୮ ଜଣଙ୍କ ମୃତ୍ୟୁ ହେବା ସହ ମୋଟ କୋରୋନା ମୃତ୍ୟୁ ସଂଖ୍ୟା ୬୩ ହଜାର ୪୯୮ ରେ ପଂହଚିଛି । ଦେଶରେ ୭ ଲକ୍ଷ ୬୫ ହଜାର ୩୦୨ଟି ଆକ୍ଟିଭ କେସ ରହିଛି । ଦେଶରେ ବର୍ତମାନ ସୁସ୍ଥତା ହାର ୭୬ ଦଶମିକ ୬୧ ପ୍ରତିଶତକୁ ବୃଦ୍ଧି ପାଇଛି । ମୃତ୍ୟୁ ହାର ୧ ଦଶମିକ ୭୯ ପ୍ରତିଶତକୁ ହ୍ରାସ ପାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି । ଦେଶରେ କୋରୋନା ମାମଲା ମାତ୍ର ୧୬ ଦିନରେ ୨୦ ଲକ୍ଷରୁ ୩୦ ଲକ୍ଷକୁ ବୃଦ୍ଧି ପାଇଥିଲା । ଏବେ ମାତ୍ର ୫ ଦିନରେ ଏହି ସଂଖ୍ୟା ୩୦ ଲକ୍ଷରୁ ୩୫ ଲକ୍ଷକୁ ବୃଦ୍ଧିପାଇଛି ।

Comments are closed.