ରାଜ୍ୟରେ ଲକ୍ଷେ ପାର ହେଲା କୋରୋନା ପଜିଟିଭ ମାମଲା, ଦିନକରେ ଆଉ ୩ ହଜାର ୧୪ ନୂଆ ରୋଗୀ

ଭୁବନେଶ୍ୱର : ଓଡିଶାର ମୋଟ କୋରୋନା ମାମଲା ଲକ୍ଷେ ଅତିକ୍ରମ କରିଛି । ଗତ ୨୪ ଘଂଟାରେ ୩ ହଜାର ୧୪ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ସଂଗରୋଧ କେନ୍ଦ୍ରରୁ ୧ ହଜାର ୮୬୮ ଓ ସ୍ଥାନୀୟ ଅଂଚଳରୁ ୧ ହଜାର ୧୪୬ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ କୋରୋନା ମାମଲା ୧ ଲକ୍ଷ ୯୩୪ରେ ପହଂଚିଛି । ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୬୮୪ , କଟକରୁ ୩୩୭, ମୟୂରଭଂଜ ଜିଲ୍ଲାରୁ ୨୯୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଂଜାମରୁ ୨୧୬, ବରଗଡରୁ ୧୨୪, ବାଲେଶ୍ୱରରୁ ୧୩୮, ପୁରୀରୁ ୧୧୮, ରାୟଗଡାରୁ ୧୦୪ ଚିହ୍ନଟ ହୋଇଛନ୍ତି । ସମ୍ବଲପୁର ଜିଲ୍ଲାରୁ ୧୦୨, ସୁନ୍ଦରଗଡରୁ ୯୧ ଜଣ ପଜିଟିଭ ବାହାରିଛନ୍ତି ।

ରାଜ୍ୟରେ ଏ ଯାଏଁ ୧୭ ଲକ୍ଷ ୩୧ ହଜାର ୫୫୬ କୋରୋନା ଟେଷ୍ଟିଂ ହୋଇଛି । ବର୍ତମାନ ସକ୍ରିୟ ମାମଲା ସଂଖ୍ୟା ୨୯ ହଜାର ୬୮୫ ରହିଛି । ୭୦ ହଜାର ୭୧୪ ସୁସ୍ଥ ହୋଇସାରିଛନ୍ତି ।

Comments are closed.