କାନପୁର ଟେଷ୍ଟ: ନ୍ୟୁଜିଲାଣ୍ଡକୁ ୨୮୪ ରନର ଟାର୍ଗେଟ ଦେଲା ଭାରତ

କାନପୁର: କାନପୁରର ଗ୍ରୀନ୍ ପାର୍କ ଷ୍ଟାଡିୟମରେ ଚାଲିଥିବା ପ୍ରଥମ ଟେଷ୍ଟରେ ଭାରତ ଦ୍ବିତୀୟ ଇନିଂସରେ ୨୩୪/୭ ସ୍କୋରରେ ପାଳି ଘୋଷଣା କରିଛି। ଫଳରେ ନ୍ୟୁଜିଲାଣ୍ଡ ପାଇଁ ୨୮୪ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ।

ପ୍ରଥମ ଇନିଂସରେ ଶତକ ହାସଲ କରିଥିବା ଡେବୁଟାଣ୍ଟ ଶ୍ରେୟାସ ଆୟର ଭାରତର ଦ୍ୱିତୀୟ ଇନିଂସରେ ବି ଚମକିଥିଲେ । ସେ ୬୫ ରନ୍ ସଂଗ୍ରହ କରିଥିଲେ। ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ରିଦ୍ଧିମାନ ସାହା ଅପରାଜିତ ୬୧ ରନ୍ କରିଥିଲେ। ଅଶ୍ୱିନ ମଧ୍ୟ କଠିନ ସ୍ଥିତିରେ ୩୨ ରନର ଉପଯୋଗୀ ପାଳି ଖେଳିଥିଲେ। ଅକ୍ଷାର ପଟେଲ ୨୮ ରନ୍ କରି ନଟ୍ ଆଉଟ୍ ରହିଥିଲେ ।

Comments are closed.