ସିରିଜ୍ ମୂଳପୋଛ ସହ ଭାରତ ନମ୍ବର ୱାନ୍‌

ଇନ୍ଦୋର: କ୍ୟାପଯେନ୍ ରୋହିତ ଶର୍ମା ଓ ଶୁଭମନ ଗିଲଙ୍କ ବିସ୍ଫୋରକ ଶତକ ବଳରେ ଭାରତ ଏଠାରେ ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ଦିନିକିଆରେ ନ୍ୟୁଜିଲାଣ୍ଡକୁ ୯୦ ରନରେ ହରାଇଛି । ଏଥିସହ ଭାରତ ଏହି ତିନି ମ୍ୟାଚ୍ ବିଶିଷ୍ଟ ସିିରିଜକୁ ୩-୦ରେ ମୂଳପୋଛ କରିଛି । ଏଥିସହ ନ୍ୟୁଜିଲାଣ୍ଡକୁ ହଟାଇ ଭାରତ ଆଇସିସି ଦିନିକିଆ ରାଙ୍କିଙ୍ଗର ଶୀର୍ଷ ସ୍ଥାନ ହାସଲ କରିଛି ।

ରୋହିତ ତିନି ବର୍ଷ ପରେ ଏକ ଅନ୍ତର୍ଜାତୀୟ ଶତକ ହାସଲ କରିଥିବା ବେଳେ ଗିଲ୍ ମଧ୍ୟ ନିଜ ଜବରଦସ୍ତ ଫର୍ମ ଜାରି ରଖି ଗତ ୪ଟି ମ୍ୟାଚରେ ତୃତୀୟ ଶତକ ମାରିଥିଲେ । ଫଳରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୯ ୱିକେଟ୍ ହରାଇ ୩୮୫ ରନର ବିଶାଳ ସ୍କୋର କରିଥିଲା । ରୋହିତ ମାତ୍ର ୮୫ଟି ବଲରେ ୯ଟି ଚୌକା ଓ ୬ଟି ଛକା ସହ ୧୦୧ ରନ୍ କରିଥିବା ବେଳେ ଗିଲ୍ ୭୮ଟି ବଲରେ ୧୩ଟି ଚୌକା ଓ ୫ଟି ଛକା ସହାୟତାରେ ୧୧୨ ରନ୍ କରିଥିଲେ ।

ଡେଭନ କନୱେଙ୍କ ଲଢୁଆ ଶତକ ସତ୍ତ୍ୱେ ଏହି ବିଶାଳ ବିଜୟଲକ୍ଷ୍ୟ ଜବାବରେ ନ୍ୟୁଜିଲାଣ୍ଡ ୪୧.୨ ଓଭରରେ ୨୯୫ ରନ୍ କରି ଅଲ୍‌ଆଉଟ୍ ହୋଇଯାଇଥିଲା । ଦଳ ତରଫରୁ କନୱେ ୧୦୦ଟି ବଲରେ ୧୨ଟି ଚୌକା ଓ ୮ଟି ଛକା ସହ ୧୩୮ ରନ୍ କରିଥିଲେ । କନୱେଙ୍କ ବ୍ୟତୀତ ହେନରୀ ନକୋଲ୍ସ ଦ୍ୱିତୀୟ ସର୍ବାଧିକ ସ୍କୋରର ଭାବେ ୪୨ ରନ୍ କରିଥିଲେ । ଭାରତ ପକ୍ଷରୁ କୁଲଦୀପ ଯାଦବ ଓ ଶାର୍ଦ୍ଦୁଲ ଠାକୁର ୩ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ୟୁଜବେନ୍ଦ୍ର ଚହଲ ୨ଟି ୱିକେଟ୍ ପାଇଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ଓ ଉମ୍ରାନ ମଲିକ ଗୋଟିଏ ଲେଖାଏଁ ୱିକେଟ୍ ହାସଲ କରିଥିଲେ । ଠାକୁର ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଓ ଶୁଭମାନ ଗିଲ୍ ମ୍ୟାନ୍ ଅଫ୍ ଦି ସିରିଜ୍ ବିବେଚିତ ହୋଇଛନ୍ତି ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତକୁ ରୋହିତ-ଗିଲ୍ ବିସ୍ଫୋରକ ଷ୍ଟାର୍ଟ ଦେଇଥିଲେ । ଉଭୟ ପ୍ରଥମ ଓ୍ବିକେଟ ପାଇଁ ୨୬ ଓଭରରେ ୨୧୨ ରନ୍ କରିଥିଲେ । ଗିଲ ୭୮ ବଲରୁ ୧୧୨ ରନ୍ କରିଥିବାବେଳେ ରୋହିତ ୮୫ ବଲରୁ ୧୦୧ ରନ୍ କରିଥିଲେ। ଗତ ୪ଟି ଦିନିକିଆରେ ଗିଲଙ୍କ ଏହା ତୃତୀୟ ଶତକ । ଅନ୍ୟପକ୍ଷରେ ରୋହିତ ତିନି ବର୍ଷ ପରେ ଏକ ଅନ୍ତର୍ଜାତୀୟ ଶତକ ହାସଲ କରିଛନ୍ତି । ଏହି ଦୁଇଜଣଙ୍କ ବ୍ୟତୀତ ହାର୍ଦ୍ଦିକ ପାଣ୍ଡ୍ୟା ୩୮ ବଲରୁ ଦ୍ରୁତ ୫୪ ରନ୍ କରିଥିଲେ। ଲାଗୁଥିଲା ଭାରତ ୪୦୦ରୁ ଊର୍ଦ୍ଧ୍ବ ସ୍କୋର କରିବ । ତେବେ ଶତକ ପୂରଣ ପରେ ରୋହିତ ଆଉଟ୍ ହୋଇଥିଲେ । କିଛି ମିନିଟ୍ ପରେ ଶୁଭମାନ ଗିଲ ମଧ୍ୟ ପାଭିଲିୟନକୁ ଫେରିଥିଲେ। ବିରାଟ କୋହଲି (୩୬), ଇଶାନ କିଶନ (୧୭) ଏବଂ ସୂର୍ଯ୍ୟକୁମାର ଯାଦବ (୧୪) କ୍ରିଜରେ ବେଶୀ ସମୟ ରହିପାରିନଥିଲେ। ଭାରତକୁ ଟ୍ରାକରେ ରଖିବା ପାଇଁ ହାର୍ଦ୍ଦିକ ଏବଂ ଶାର୍ଦ୍ଦୁଲ ଠାକୁର ସପ୍ତମ ୱିକେଟ୍ ପାଇଁ ୫୪ ରନ୍ ଯୋଡିଥିଲେ। ହାର୍ଦ୍ଦିକ ମାତ୍ର ୩୮ ବଲରେ ଦ୍ରୁତ ୫୪ ରନ୍ କରିଥିଲେ ।

ଦିନିକିଆ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଏହା ହେଉଛି ଭାରତର ଦ୍ୱିତୀୟ ସର୍ବାଧିକ ସ୍କୋର। ୮ ମାର୍ଚ୍ଚ ୨୦୦୯ ରେ ଖ୍ରୀଷ୍ଟଚର୍ଚରେ ଏହି ଦଳ ବିପକ୍ଷରେ ଟିମ୍ ଇଣ୍ଡିଆ ୫୦ ଓଭରରେ ୪ ୱିକେଟ୍ ହରାଇ ୩୯୨ ରନ୍ କରିଥିଲା।

କ୍ୟାପଟେନ ରୋହିତ ଶର୍ମା ଏବଂ ଶୁବମାନ ଗିଲ ଟିମ୍ ଇଣ୍ଡିଆକୁ ମଜବୁତ ଆରମ୍ଭ ଦେଇଥିଲେ। ଉଭୟ ୧୫୭ ବଲରେ ୨୧୨ ରନର ଓପନିଂ ଭାଗିଦାରୀ କରିଥିଲେ । ରୋହିତ ତାଙ୍କ ଦିନିକିଆ କ୍ୟାରିୟରର ୩୦ ତମ ଶତକ ହାସଲ କରିଥିବା ବେଳେ ଗିଲ ଚତୁର୍ଥ ଶତକ ପୂରଣ କରିଥିଲେ।

କ୍ୟାପଟେନ ରୋହିତଙ୍କ ବ୍ୟାଟରୁ ତିନି ବର୍ଷ ପରେ ଶତକ ଆସିଛି । ଗତ ଚାରିଟି ମ୍ୟାଚରେ ଗିଲ୍ ତୃତୀୟ ଥର ତିନି ଅଙ୍କ ସ୍କୋର କରିଛନ୍ତି। ୨୦୧୯ ପରେ ଭାରତର ଦୁଇ ଜଣ ଓପନର ଶତକ ହାସଲ କରିଥିଲେ । ଏହା ପୂର୍ବରୁ ରୋହିତ ଏବଂ ରାହୁଲ ଏଭଳି କରିଥିଲେ। ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଜ୍ୟାକବ ଡଫି ଏବଂ ବ୍ଲେୟାର ଟିକନର୍ ୩-୩ ୱିକେଟ୍ ନେଇଥିଲେ।

Comments are closed.