ଅନୁପ୍ରବେଶ ଉଦ୍ୟମ ପରେ ଜାମ୍ମୁ କାଶ୍ମୀରର ଉରିରେ ଇଣ୍ଟରନେଟ୍, ମୋବାଇଲ୍ ସେବା ବନ୍ଦ

ଶ୍ରୀନଗର: ଜାମ୍ମୁ କାଶ୍ମୀରର ଉରି ସେକ୍ଟରରେ ନିୟନ୍ତ୍ରଣ ସୀମା (ଏଲ୍ଓସି) ରେ ଅନୁପ୍ରବେଶ ଉଦ୍ୟମ ପରେ ଇଣ୍ଟରନେଟ୍ ଏବଂ ମୋବାଇଲ୍ ଫୋନ୍ ସେବା ଉପରେ କଟକଣା ଲାଗିଛି। ସେନା ତରଫରୁ କୁହାଯାଇଛି ଯେ ୩୦ ଘଣ୍ଟାରୁ ଅଧିକ ସମୟ ଧରି ଅନୁପ୍ରବେଶ ନିରୋଧୀ କାର୍ଯ୍ୟାନୁଷ୍ଠାନ ଚାଲିଛି।

ଅତିରିକ୍ତ ସୁରକ୍ଷା ବାହିନୀକୁ ଡକାଯାଇଛି ଏବଂ ଉରି ସେକ୍ଟରରେ ଏକ ବଡ଼ ଅଞ୍ଚଳକୁ ସିଲ୍ କରି ଦିଆଯାଇଛି। ଚଳିତ ବର୍ଷ ଦ୍ୱିତୀୟ ଥର ସୀମା ଆରପଟୁ ଅନୁପ୍ରବେଶ ଉଦ୍ୟମ କରାଯାଇଛି ବୋଲି ସେନା ପକ୍ଷରୁ କୁହାଯାଇଛି ‌।

ତେବେ ସେନାର ଜଣେ ବରିଷ୍ଠ କମାଣ୍ଡର କହିଛନ୍ତି ଯେ ଚଳିତ ବର୍ଷ ସୀମା ଆରପଟୁ କୌଣସି ଅସ୍ତ୍ରବିରତି ଉଲ୍ଲଂଘନ ହୋଇ ନାହିଁ। ୧୫ତମ କର୍ପସର ଜେନେରାଲ୍ ଅଫିସର କମାଣ୍ଡିଂ ଲେଫ୍ଟ ଜେନେରାଲ୍ ଡିପି ପାଣ୍ଡେ କହିଛନ୍ତି ଯେ ଚଳିତ ବର୍ଷ ଅସ୍ତ୍ରବିରତି ଉଲ୍ଲଂଘନ ହୋଇନାହିଁ।

Comments are closed.