ଆଇପିଏସ ହିଂମାଶୁ ଲାଲଙ୍କ କେନ୍ଦ୍ରୀୟ ନିଯୁକ୍ତି ବାତିଲ, ଆଇପିଏସ ସତ୍ୟଜିତ ନାୟକ ବି ଓଡିଶା ଫେରିବେ

ନୂଆଦିଲ୍ଲୀ – ଆଇପିଏସ ଅଧିକାରୀ ହିଂମାଶୁ ଲାଲ୍‌ଙ୍କ କେନ୍ଦ୍ରୀୟ ନିଯୁକ୍ତି ବାତିଲ କରିଦେଇଛନ୍ତି କେନ୍ଦ୍ର ସରକାର । ହିଂମାଶୁ ଲାଲ କ୍ୟାବିନେଟ ସଚିବାଳୟରେ ରିସର୍ଚ୍ଚ ଆଣ୍ଡ୍ ଆନାଲିସିସ୍ ୱିଙ୍ଗ୍ – ର’ ଦାୟିତ୍ୱ ତୁଲାଇବାର ଥିଲା । କିନ୍ତୁ ଏହାକୁ ବାତିଲ କରିଦେଇଛନ୍ତି କେନ୍ଦ୍ର ସରକାର ।

ଅନ୍ୟ ଜଣେ ଆଇପିଏସ ସତ୍ୟଜିତ ନାୟକଙ୍କୁ ମଧ୍ୟ ଓଡିଶାକୁ ଫେରାଇ ଦେଇଛନ୍ତି କେନ୍ଦ୍ର ସରକାର । ଜାତୀୟ ତଦନ୍ତକାରୀ ସଂସ୍ଥା-ଏନଆଇଏରେ ନିଜର କାର୍ଯ୍ୟକାଳ ସରିବା ଆଗରୁ ଓଡିଶା ଫେରିବେ ସତ୍ୟଜିତ୍ । ଗତବର୍ଷ ସତ୍ୟଜିତଙ୍କୁ ଏନଆଇଏରେ ଏସପି ଭାବେ ନିଯୁକ୍ତି ଦିଆଯାଇଥିଲା ।

Comments are closed.