ପ୍ରମୁଖ ପରିମଳ କର୍ମଚାରୀଙ୍କ ସୁରକ୍ଷା ଓ ସମ୍ମାନ ପାଇଁ ‘ଗରିମା’ ଯୋଜନା, ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ରାଜ୍ୟରେ ନବୀନ ସରକାର ଆଉ ଏକ ଜନ କଲ୍ୟାଣକାରୀ ଯୋଜନାର ଶୁଭାରମ୍ଭ କରିବାକୁ ଯାଉଛନ୍ତି । ପ୍ରମୁଖ ପରିମଳ କର୍ମଚାରୀଙ୍କ ସୁରକ୍ଷା ଏବଂ ସମ୍ମାନ ପାଇଁ ‘ଗରିମା’ ଯୋଜନା ଉଦ୍ଦିଷ୍ଟ ।

ଆଜି ସଂଧ୍ୟା ୫ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାର ରାଜ୍ୟସ୍ତରୀୟ ଶୁଭାରମ୍ଭ କରିବେ । ଏହି ଯୋଜନା ଅଧିନରେ ରାଜ୍ୟର ୧ ଲକ୍ଷ ପ୍ରମୁଖ ପରିମଳ କର୍ମଚାରୀ ଓ ସେମାନଙ୍କର ପରିବାର ପାଇଁ ବିଭିନ୍ନ ସୁବିଧା ଉପଲବ୍ଧ ହେବ । ଶୌଚାଳୟ, ସେପ୍ଟିକ ଟ୍ୟାଙ୍କ୍ , ସ୍ୱେରେଜ୍ ଓ ମଳ ଉପଚାର ସୁବିଧା କେନ୍ଦ୍ରମାନଙ୍କରେ ମଳପଙ୍କ ପରିଚାଳନା କରୁଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ଗରିମା ଯୋଜନାରେ ବିଭିନ୍ନ ସୁବିଧା ମିଳିବ ।

Comments are closed.