ଜେଇଇ ମେନ୍ ରେଜଲ୍ଟ : ସୌରଭ ସୌମ୍ୟକାନ୍ତ ଦାସ ଓଡିଶାର ଟପ୍ପର,ରାଜ୍ୟର ୨୭ ହଜାର ଛାତ୍ରଛାତ୍ରୀଙ୍କ ର‌୍ୟାଙ୍କ୍ ହାସଲ

ଭୁବନେଶ୍ୱର- ଏନଟିଏ ଦ୍ୱାରା ପରିଚାଳିତ ଜେଇଇ ମେନ୍ ପେପର-୧ର ପରୀକ୍ଷା ଫଳ ପ୍ରକାଶ ପାଇଛି । ପରୀକ୍ଷା ସରିବାର ମାତ୍ର ୫ ଦିନ ମଧ୍ୟରେ ଫଳ ପ୍ରକାଶ ପାଇଛି । ଦେଶର ୨୪ ଜଣ ଛାତ୍ରଛାତ୍ରୀ ୧୦୦ ପର୍ସେଂଟାଇଲ୍ ରଖିଛନ୍ତି । ସୌରଭ ସୌମ୍ୟକାନ୍ତ ଦାସ ଓଡିଶା ଟପର୍ ହୋଇଛନ୍ତି । ସେ ୯୯. ୯୯ ପ୍ରତିଶତ ପସେ ର୍ଂଟାଇଲ୍ ରଖିଛନ୍ତି ।

ଓଡିଶାରୁ ୨୭ ହଜାର ଛାତ୍ରଛାତ୍ରୀ ର‌୍ୟାଙ୍କ ହାସରେ ହାସଲ କରିଥିବା ଏନଟିଏ ପକ୍ଷରୁ କୁହାଯାଇଛି । ଏହି ପରୀକ୍ଷାଫଳ ଆଧାରରେ ଓଡିଶାରେ ଥିବା ବିଭିନ୍ନ ସରକାରୀ ଓ ବେସରକାରୀ ଇଂଜିନିୟରିଂ କଲେଜରେ ବି.ଟେକ୍ ପାଠ୍ୟକ୍ରମରେ ନାମଲେଖା ହେବ । ସେପଟେମ୍ବର ୧ରୁ ୬ ତାରିଖ ଯାଏଁ ଜେଇଇ ମେନ୍ ପରୀକ୍ଷା ଦେଶବ୍ୟାପୀ ହୋଇଥିଲା । ୨୩୨ଟି ସହରର ୬୬୦ କେନ୍ଦ୍ରରେ ପରୀକ୍ଷା ହୋଇଥିଲା ।

 

Comments are closed.