ଦେଶର ପ୍ରଥମ ସ୍ମଗ୍ ଟାୱାରକୁ ଉଦଘାଟନ କଲେ କେଜ୍ରିୱାଲ

ଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୋମବାର କନୌଟ୍ ପ୍ଲେସରେ ଦେଶର ପ୍ରଥମ ସ୍ମଗ୍ ଟାୱାରର ଉଦଘାଟନ କରିଛନ୍ତି। ଏହି ଟାୱାର ୨୪ ମିଟର ଉଚ୍ଚ ଏବଂ ଏକ କିଲୋମିଟର ବ୍ୟାସାର୍ଦ୍ଧ ଯାଏଁ ବାୟୁକୁ ବିଶୁଦ୍ଧ ରଖିବ | ଏହି ଅବସରରେ ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ ତାଙ୍କ ସହ ଉପସ୍ଥିତ ଥିଲେ।

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ପ୍ରଦୂଷଣର ମୁକାବିଲା ତଥା ଦିଲ୍ଲୀର ବାୟୁକୁ ପରିଷ୍କାର କରିବା ପାଇଁ ଦିଲ୍ଲୀରେ ଦେଶର ପ୍ରଥମ ସ୍ମଗ ଟାୱାର ସ୍ଥାପନ କରାଯାଇଛି। ଆମେ ଏହି ଟେକ୍ନୋଲୋଜିକୁ ଆମେରିକାରୁ ଆମଦାନି କରିଛୁ | ଏହି ଟାୱାରଟି ୨୫ମିଟର ଉଚ୍ଚ ଏବଂ ଏହା ୧ କିଲୋମିଟର ବ୍ୟାସାର୍ଦ୍ଧ ବାୟୁକୁ ସଫା କରିପାରିବ |

ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି ଯେ ୨୦ ମିଟରରୁ ଅଧିକ ଉଚ୍ଚରେ ଥିବା ଏହି ଟାୱାର ଏହାର ଚତୁର୍ଦ୍ଦିଗରେ ଏକ କିଲୋମିଟର ବ୍ୟାସାର୍ଦ୍ଧରେ ବାୟୁ ଗୁଣବତ୍ତାରେ ଉନ୍ନତି ଆଣିବା ପାଇଁ କାର୍ଯ୍ୟ କରିବ ଏବଂ ମୌସୁମୀ ପରେ ସମ୍ପୂର୍ଣ୍ଣ କ୍ଷମତାରେ କାର୍ଯ୍ୟ କରିବ। ଏହାପୂର୍ବରୁ ରାୟ କହିଥିଲେ ଯେ କୋଭିଡ ମହାମାରୀ ଯୋଗୁଁ ସ୍ମଗ ଟାୱାର ନିର୍ମାଣ ବିଳମ୍ବ ହୋଇଛି। ଗତ ବର୍ଷ ଅକ୍ଟୋବରରେ ଦିଲ୍ଲୀ ମନ୍ତ୍ରୀ ପରିଷଦ ପାଇଲଟ୍ ପ୍ରକଳ୍ପକୁ ଅନୁମୋଦନ କରିଥିଲା। ସ୍ମଗ ଟାୱାର ପ୍ରତି ସେକେଣ୍ଡରେ ଏକ ହଜାର ଘନ ମିଟର ବାୟୁକୁ ବିଶୁଦ୍ଧ କରିବ |

ଜଣେ ଅଧିକାରୀ କହିଛନ୍ତି ଯେ ସ୍ମଗ ଟାୱାର କାର୍ଯ୍ୟ ଆରମ୍ଭ କରିବା ପରେ ଏହାର ପ୍ରଭାବ ଦୁଇ ବର୍ଷ ପର୍ଯ୍ୟନ୍ତ ଅଧ୍ୟୟନ କରାଯିବ। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)ର ଅଧିକାରୀମାନେ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ମିତ ଆଉ ୨୫ ମିଟର ଉଚ୍ଚତା ବିଶିଷ୍ଟ ଟାୱାର ଅଗଷ୍ଟ ୩୧ ସୁଦ୍ଧା ଆନନ୍ଦ ବିହାରରେ କାର୍ଯ୍ୟ ଆରମ୍ଭ କରିବ।

Comments are closed.