ଲୁଟେରା ଗିରଫ, ଉଦ୍ଧାର ୩ ଲକ୍ଷ ୭୦ ହଜାର ଟଙ୍କା ପୀଡ଼ିତଙ୍କୁ ଫେରାଇଲା ପୁଲିସ

ବ୍ରହ୍ମପୁର: ବଡ଼ବଜାର ଥାନା ପୁଲିସ ଜଣେ ଲୁଟେରା ସଦର ଥାନା ଅନ୍ତର୍ଗତ ବ୍ରଜନଗର ୩ୟ ଗଳିର ଏସ୍. ଦିନବନ୍ଧୁ ରାଓ (୪୨)କୁ ଗିରଫ କରିଛି। ଓଆର୍୦୭ଆର୍ ୮୪୬୫ ନମ୍ବର ବିଶିଷ୍ଟ ବାଇକ୍ ଯାହା ଲୁଟ ବେଳେ ବ୍ୟବହାର କରାଯାଇଥିଲା ତାହାକୁ ଜବତ କରିଛି ପୁଲିସ। ଗତ ୨୦ ତାରିଖରେ ଜଣେ ବ୍ୟକ୍ତିଙ୍କ ଗାଡ଼ି ଡିକିରୁ ୪ ଲକ୍ଷ ଟଙ୍କା ଦିନବନ୍ଧୁ ଚୋରି କରି ନେଇଥିଲେ। ତେବେ ତାଙ୍କ ଠାରୁ ପୁଲିସ ୩.୭୦ ଲକ୍ଷ ଟଙ୍କା ଉଦ୍ଧାର କରିପାରିଛି। ସୋମବାର ଉଦ୍ଧାର ଅର୍ଥ ଲୁଟର ଶିକାର ଅବସରପ୍ରାପ୍ତ ବିଏସଏନଏଲ୍ କର୍ମଚାରୀ ବାବୁ ରାଓ ଘଡେଇଙ୍କୁ ଫେରସ୍ତ କରିଛି ବ୍ରହ୍ମପୁର ପୁଲିସ। ଲୁଟ ଘଟଣାର ଅଭିଯୁକ୍ତକୁ ସୋମବାର କୋର୍ଟଚାଲାଣ କରାଯାଇଛି। ଥାନାରେ କେଶ୍ ନମ୍ବର ୧୭୩/୨୦୨୧ ରୁଜୁ କରି ପୁଲିସ ତଦନ୍ତ କରୁଥିଲା।

Comments are closed.