ଲତା ମଙ୍ଗେସକରଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି

ମୁମ୍ବାଇ: ମୁମ୍ବାଇର ଏକ ମାସ ଧରି ଚିକିତ୍ସାଧୀନ ଥିବା ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ଆରୋଗ୍ୟ କାମନା କରି ଦେଶବାସୀଙ୍କ ପ୍ରାର୍ଥନା ଜାରି ରହିଛି। ଲତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବା ଖବର ପରେ ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି କିମ୍ବଦନ୍ତୀ କଣ୍ଠଶିଳ୍ପୀଙ୍କୁ ଦେଖା କରିବା ପାଇଁ ହସ୍ପିଟାଲକୁ ବିଶିଷ୍ଟ ଲୋକଙ୍କ ଲାଇନ୍ ଲାଗିଥିଲା | ଏବେ ଖବର ଆସିଛି ଯେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର ଆସିଛି । ତାଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି ।

ଭରତ ରତ୍ନ ଲତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟିବା ଖବର ତାଙ୍କ ଅଗଣିତ ପ୍ରଶଂସକଙ୍କୁ ଆଶ୍ବସ୍ତି ଦେଇଛି। ଲତାଙ୍କର ଭଉଣୀ ତଥା ଗାୟିକା ଆଶା ଭୋସଲେ କହିଛନ୍ତି ଯେ ଲତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସୁଛି। ଜାନୁଆରୀ ୮ରେ ଏହି କିମ୍ବଦନ୍ତୀ କଣ୍ଠଶିଳ୍ପୀ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଥିଲେ |

ସତର୍କତା ସ୍ଵରୁପ ୯୨ ବର୍ଷୀୟ ଲତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। | ଗତ ୨୯ ଦିନ ଧରି ଏହି ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। ଏପରିକି ବିଳମ୍ବିତ ରାତିରେ ବଲିଉଡର ସେଲିବ୍ରିଟିମାନେ ସେମାନଙ୍କର ସ୍ବାସ୍ଥ୍ୟ ସମ୍ପର୍କରେ ଜାଣିବା ପାଇଁ ହସ୍ପିଟାଲରେ ପହଞ୍ଚିଥିଲେ।

ଶ୍ରଦ୍ଧା କପୁର, ପଦ୍ମିନୀ କୋଲହାପୁରୀ, ମଧୁର ଭଣ୍ଡାରକରଙ୍କ ସମେତ ସିନେ ଜଗତ ସହ ଜଡ଼ିତ ଅନେକ ଲୋକ ଡାକ୍ତରଖାନାରେ ପହଞ୍ଚି ଲତାଙ୍କ ଆରୋଗ୍ୟ କାମନା କରିଥିଲେ। କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ମଧ୍ୟ ଡାକ୍ତରଖାନା ଯାଇ ଏକ ହିଁ ମହାନ ଗାୟିକାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଥିଲେ ଏବଂ ତାଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସନ୍ଦେଶ ଦେଇଥିଲେ।

ଲତା ମଙ୍ଗେସକରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲର ସୁରକ୍ଷା ବୃଦ୍ଧି କରାଯାଇଥିଲା। ହସ୍ପିଟାଲ ବାହାରେ ପୋଲିସର ମୁତୟନ କରାଯାଇଥିଲା ।

Comments are closed.