କଂଗ୍ରେସରେ ନେତୃତ୍ୱ ପ୍ରସଙ୍ଗ : ଦଳରେ ଆମୁଳଚୂଳ ପରିବର୍ତନ ପାଇଁ ସୋନିଆଙ୍କୁ ୨୩ ନେତାଙ୍କ ଚିଠି , କାଲି ୱାର୍କିଂ କମିଟି ବୈଠକ

ନୂଆଦିଲ୍ଲୀ : ଏକ ବିରଳ ଘଟଣାରେ କଂଗ୍ରେସରେ ଆମୂଳଚୂଳ ପରିବର୍ତନ ପାଇଁ ଦାବି କରି ଦଳର ୨୩ ଜଣ ବରିଷ୍ଠ ନେତା ଅନ୍ତରୀଣ ସଭାପତି ସୋନିଆ ଗାନ୍ଧିଙ୍କୁ ଚିଠି ଲେଖିଛନ୍ତି । ଦଳରେ ସକ୍ରିୟ ଓ ଦୃଶ୍ୟମାନ ହୋଇପାରୁଥିବା ପୂର୍ଣ୍ଣକାଳିନ ଓ ପ୍ରଭାବଶାଳୀ ନେତୃତ୍ୱ ଉପରେ ଏହି ନେତାମାନେ ଗୁରୁତ୍ୱାରୋପ କରିଥିବା ଜଣାପଡିଛି । ନେତାମାନେ ଖୁବ୍ ଶୀଘ୍ର ଏକ ସଂସ୍ଥାଗତ ନେତୃତ୍ୱ ମେକାନିଜମ ଗଠନ କରିବାକୁ ଆହ୍ୱାନ ଦେଇଛନ୍ତି, ଯାହା ଫଳରେ କି ମିଳିତ ଭାବେ ଦଳର ପୁନରୁଦ୍ଧାର କରିହେବ । କଂଗ୍ରେସ ୱାର୍କିଂ କମିଟିରେ ନିର୍ବାଚନ କରିବାକୁ ବି ଏହି ନେତାମାନେ ଅନୁରୋଧ କରିଛନ୍ତି ।

ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଦା, ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ପୃଥ୍ୱୀରାଜ ଚଭନ, ବରିଷ୍ଠ ନେତା କପିଲ ସିବଲ, ଶଶୀ ଥରୁର ଏବଂ ମିଲିନ୍ଦ ଦେଓରା ଓ ଜିତିନ ପ୍ରସାଦଙ୍କ ଭଳି ଯୁବ ନେତାମାନେ ବି ଦଳର ପୁନରୁଦ୍ଧାର ପାଇଁ ପଦକ୍ଷେପ ନେବାକୁ ଦାବି କରି ସୋନିଆଙ୍କୁ ଚିଠି ଲେଖିଛନ୍ତି । ଏ ପ୍ରସଙ୍ଗ ଉପରେ ସୋମବାର କଂଗ୍ରେସ ୱାର୍କିଂ କମିଟି ବୈଠକରେ ଆଲୋଚନା ହେବା ସମ୍ଭାବନା ରହିଛି ।

କଂଗ୍ରେସର ଅନ୍ତରୀଣ ସଭାପତି ଭାବେ ସୋନିଆଙ୍କ ଏକ ବର୍ଷର କାଯ୍ୟ ର୍କାଳ ଏହି ମାସରେ ଶେଷ ହେଉଛି । ଗତବର୍ଷ ସଭାପତି ପଦରୁ ରାହୁଲଙ୍କ ଇସ୍ତଫା ପରେ ସୋନିଆ ଅନ୍ତରୀଣ ସଭାପତି ଦାୟିତ୍ୱ ନେଇଥିଲେ । କୁହାଯାଉଛି ଯେ, ଦଳର ଏକ ଗୋଷ୍ଠୀ ରାହୁଲ ଗାନ୍ଧିଙ୍କୁ ପୁଣି ସଭାପତି ହେବା ଚାହାନ୍ତି ।

Comments are closed.