ନୂଆଖାଇ : ୮୫ ବର୍ଷ ପରେ ନୂତନ କରଣାଚଂଳ ଅଳଙ୍କାରରେ ଶୋଭା ପାଇଲେ ମାଆ ସମଲେଇ

ସମ୍ବଲପୁର : ଆଜି ପଶ୍ଚିମ ଓଡିଶାର ପବିତ୍ର ଗଣ ପର୍ବ ନୂଆଖାଇ । କୋରୋନା କଟକଣା ମଧ୍ୟରେ ବି ପଶ୍ଚିମ ଓଡିଶାବାସୀ ବେଶ ଉତ୍ସାହର ସହ ପାଳନ କରୁଛନ୍ତି ଏହି କୃଷି ପର୍ବ ର । ସମ୍ବଲପୁରର ଆରାଧ୍ୟା ମାଆ ସମଲେଶ୍ୱରୀଙ୍କ ମନ୍ଦିରରେ ପାରମ୍ପରିକ ଭାବେ ନୂଆଖାଇ ରୀତିନୀତି କରାଯାଇଛି ।

ମାଆ ସମଲେଇଙ୍କଠାରେ ନିର୍ଧାରିତ ଲଗ୍ନ ସକାଳ ୯ଟା ୩୫ରୁ ୯ଟା୫୦ ମିନିଟ ମଧ୍ୟରେ ଲାଗି ହୋଇଥିଲା ନବାନ୍ନ । ମାଆ ସମଲେଇଙ୍କଠାରେ ତୁଳା ଲଗ୍ନରେ ଲାଗି ହୋଇଛି ନବାନ୍ନ । ଏଥର ମାଆ ସମଲେଶ୍ୱରୀ ବିଚିତ୍ରାପୁରୀ ସମ୍ବଲପୁରୀ ପାଟ ସାଂଗକୁ ନୂଆ କରଣାଚଂଳ ଅଳଙ୍କାରରେ ଶୋଭା ପାଉଛନ୍ତି । ୮୫ ବର୍ଷ ପରେ ପୁଣି ମାଆ କରଣାଚଂଳ ଅଳଙ୍କାରରେ ଶୋଭା ପାଉଛନ୍ତି ।

ଏଥର ମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଅନୁମତିନ ଥିଲେ ମଧ୍ୟ ମନ୍ଦିର ପ୍ରଶାସନ ପକ୍ଷରୁ ନୀତିକାନ୍ତିର ସିଧା ପ୍ରସାରଣ ସୋସିଆଲ ମିଡିଆରେ କରାଯିବାର ବ୍ୟବସ୍ଥା କରାଯାଇଥିଲା ।

Comments are closed.