ରାଜପଥରେ ୧୨୦ କିମି ପ୍ରତି ଘଣ୍ଟା ସ୍ପିଡ୍ ଲିମିଟ୍ ଉପରେ ବ୍ରେକ୍ ଲଗାଇଲେ ମାଡ୍ରାସ ହାଇକୋର୍ଟ, କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତିକୁ ରଦ୍ଦ କଲେ

ନୂଆଦିଲ୍ଲୀ: ଦ୍ରୁତ ଗତିରେ ଡ୍ରାଇଭିଂ ଜନିତ ଘଟୁଥିବା ଦୁର୍ଘଟଣାକୁ ଦୃଷ୍ଟିରେ ରଖି ମାଡ୍ରାସ ହାଇକୋର୍ଟ ରାଜପଥରେ ଯାନ ମାନଙ୍କର ସର୍ବୋଚ୍ଚ ବେଗକୁ ୧୨୦ କିଲୋମିଟର ପ୍ରତି ଘଣ୍ଟା ବୃଦ୍ଧି କରିବା ନେଇ କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତିକୁ ରଦ୍ଦ କରିଛନ୍ତି। ଏହି ବିଜ୍ଞପ୍ତି ଅନୁଯାୟୀ ଏକ୍ସପ୍ରେସୱେରେ ଗାଡି ଚଳାଇବା ବେଗ ଘଣ୍ଟା ପ୍ରତି ୧୨୦ କିଲୋମିଟରକୁ ବୃଦ୍ଧି କରାଯାଇଥିଲା।

ଜଷ୍ଟିସ୍ ଏନ କିରୁବାକରନ୍ (ସେବାନିବୃତ ହେବା ପରଠାରୁ) ଏବଂ ଜଷ୍ଟିସ୍ ଟିଭି ଥାମିଲସେଲଭିଙ୍କ ଏକ ଡିଭିଜନ୍ ଖଣ୍ଡପୀଠ ନିକଟରେ ଏପ୍ରିଲ୍ ୬, ୨୦୧୮ ତାରିଖର ବିଜ୍ଞପ୍ତିକୁ ରଦ୍ଦ କରିଦେଇଛି ଏବଂ ସଂଶୋଧିତ ସ୍ପିଡ୍ ସୀମା ସହିତ ନୂଆ ବିଜ୍ଞପ୍ତି ଜାରି କରିବାକୁ କେନ୍ଦ୍ର ଏବଂ ରାଜ୍ୟକୁ ନିର୍ଦ୍ଦେଶ ଦେଇଛି। ନିଜ ବିଜ୍ଞପ୍ତିରେ କେନ୍ଦ୍ର ସରକାର ଯୁକ୍ତି କରିଥିଲେ ଯେ ଉନ୍ନତ ରାସ୍ତା ଏବଂ ଯାନବାହାନର ଉନ୍ନତ ଇଞ୍ଜିନ ଦୃଷ୍ଟିରୁ ଏକ ବିଶେଷଜ୍ଞ କମିଟି ଦ୍ୱାରା ଏହି ସ୍ପିଡ୍ ସୀମା ସ୍ଥିର କରାଯାଇଛି। କିନ୍ତୁ ଖଣ୍ଡପୀଠ କେନ୍ଦ୍ରର ଏହି ଯୁକ୍ତିକୁ ଖାରଜ କରିଥିଲେ । ଖଣ୍ଡପୀଠ କହିଥିଲେ ଯେ ଦ୍ରୁତ ଗତିରେ ଗାଡ଼ି ଚଳାଇବା ଯୋଗୁଁ ହିଁ ରାଜପଥରେ ଦୁର୍ଘଟଣାମାନ ବଢ଼ି ଚାଲିଛି ।

ଏହାଛଡ଼ା ଏକ ସଡ଼କ ଦୁର୍ଘଟଣାରେ ୯୦ ପ୍ରତିଶତ ଅକ୍ଷମ ହୋଇପଡ଼ିଥିବା ଜଣେ ମହିଳା ଦନ୍ତ ଚିକିତ୍ସକଙ୍କୁ କ୍ଷତିପୂରଣ ରାଶି ବଢାଇବା ସହ କୋର୍ଟ ଏହି ଆଦେଶ ଦେଇଥିଲେ। ଚଳିତ ବର୍ଷ ମାର୍ଚ୍ଚ ୩ରେ ଏକ ସଡ଼କ ଦୁର୍ଘଟଣାରେ ୯୦ ପ୍ରତିଶତ ଅକ୍ଷମ ହୋଇପଡ଼ିଥିବା ଉକ୍ତ ମହିଳା ଆବେଦନକାରୀଙ୍କ ପାଇଁ କୋର୍ଟ କ୍ଷତିପୂରଣ ରାଶି ୧୮.୪୩ ଲକ୍ଷରୁ ୧.୫୦ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି।

Comments are closed.