ଅନ୍ତର୍ଜାତୀୟ ଗଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର – ଆଜି ହେଉଛି ଅନ୍ତର୍ଜାତୀୟ ଗଣତନ୍ତ୍ର ଦିବସ । ଏହି ଅବସରରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି ଯେ, ଅଭିବ୍ୟକ୍ତିର ସ୍ୱାଧୀନତା, ମାନବିକ ଅଧିକାରର ସୁରକ୍ଷା, ମୁକ୍ତ ଓ ନିରପେକ୍ଷ ନିର୍ବାଚନ ହେଉଛି ଆମ ସମୃଦ୍ଧ ଗଣତନ୍ତ୍ରର ମୂଳଦୁଆ । ଆଜିର ଦିନରେ ଏହି ମୂଲ୍ୟବୋଧର ପ୍ରସାର ଦ୍ୱାରା ଆମ ଲୋକମାନଙ୍କ ସଶକ୍ତିକରଣ ତଥା ଗଣତନ୍ତ୍ରର ପରିସରକୁ ଆହୁରି ବ୍ୟାପକ କରିବା ପାଇଁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Comments are closed.