ପଟିଆଲାରେ ମୋବାଇଲ ଇଣ୍ଟରନେଟ୍ ଓ ଏସ୍ଏସ୍ଏସ୍ ସେବା ଉପରେ କଟକଣା

ପଟିଆଲା / ଚଣ୍ଡିଗଡ଼: ଗତକାଲି ଖଲିସ୍ତାନ ସମର୍ଥକ ଓ ଶିବସେନା ମଧ୍ୟରେ ସଂଘର୍ଷ ପରେ ପଟିଆଲା ଜିଲ୍ଲାରେ ଲାଗୁ ହୋଇଥିବା କର୍ଫ୍ୟୁ ଶନିବାର ହଟାଇ ଦିଆଯାଇଛି। ଆଜି ସହରରେ ପରିସ୍ଥିତି ସ୍ୱାଭାବିକ ଅଛି ଏବଂ ସ୍କୁଲ ସହ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ମଧ୍ୟ ଖୋଲିଛି | ଏହା ସତ୍ତ୍ୱେ ପ୍ରଶାସନ ଆଇନ ଶୃଙ୍ଖଳା ପରିସ୍ଥିତି ଆଶଙ୍କାରେ ସମ୍ପୂର୍ଣ୍ଣ ସତର୍କ ରହିଛି। ପଟିଆଲାରେ ଆଜି ସକାଳ ୯:୩୦ ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମୋବାଇଲ ଇଣ୍ଟରନେଟ୍ ସେବା ଓ ଏସ୍ଏସ୍ଏସ ସେବା ଉପରେ କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ । ଅନ୍ୟପକ୍ଷରେ ଗତକାଲିର ଘଟଣା ପରେ ପଞ୍ଜାବ ସରକାର ପଟିଆଲାର ଆଇଜି ସମେତ ଅନେକ ଅଧିକାରୀଙ୍କୁ ବଦଳି କରିଛନ୍ତି।

ପଞ୍ଜାବର ଭଗଓ୍ବନ୍ତ ମାନ ସରକାର ଆଇଜି, ସିନିୟର ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୋଲିସ୍ (ସିନିୟର ଏସପି) ଏବଂ ପଟିଆଲା ରେଞ୍ଜର ଏସପିଙ୍କୁ ବଦଳି ନୂଆ ପୋଲିସ ଅଧିକାରୀଙ୍କୁ ନିଯୁକ୍ତି ଦେଇଛନ୍ତି ।

Comments are closed.