ଅନ୍ତର୍ଜାତୀୟ କ୍ରିକେଟରୁ ପାକ୍ ଅଲରାଉଣ୍ଡର ମହମ୍ମଦ ହାଫିଜଙ୍କ ଅବସର

କରାଚି: ପାକିସ୍ତାନର ଭେଟେରାନ ଅଲରାଉଣ୍ଡର ମହମ୍ମଦ ହାଫିଜ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ୪୧ ବର୍ଷୀୟ ହାଫିଜ୍ ଜଣେ ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ଏବଂ ଅଫ୍ ସ୍ପିନ୍ ବୋଲର | ପାକିସ୍ତାନର ସଫଳ କ୍ରିକେଟରଙ୍କ ମଧ୍ୟରୁ ଜଣେ ହାଫିଜଙ୍କ ଶେଷ ଟୁର୍ନାମେଣ୍ଟ ଥିଲା ୨୦୨୧ର ଟି-୨୦ ବିଶ୍ୱକପ | ଏଥିରେ ଅଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲ ତାଙ୍କର ଶେଷ ମ୍ୟାଚ୍ ଥିଲା।

ହାଫିଜ୍ ପୂର୍ବରୁ ୨୦୧୮ରେ ଟେଷ୍ଟ କ୍ରିକେଟରୁ ଅବସର ନେଇଥିଲେ। ସେ ଆବୁଧାବିରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ତାଙ୍କର ଶେଷ ଟେଷ୍ଟ ମ୍ୟାଚ୍ ଖେଳିଥିଲେ।

ଟେଷ୍ଟ କ୍ରିକେଟରେ ହାଫିଜ୍ ପାକିସ୍ତାନ ଦଳ ପାଇଁ ୫୫ଟି ମ୍ୟାଚ୍ ଖେଳିଛନ୍ତି ଏବଂ 10 ଟି ଶତକ ସହ ୩୬୫୨ ରନ୍ କରିଛନ୍ତି | ଏହା ବ୍ୟତୀତ ହାଫିଜ ଅନ୍ତର୍ଜାତୀୟ ଟେଷ୍ଟରେ ୫୩ ୱିକେଟ୍ ନେଇଛନ୍ତି। ସେ ୨୦୦୩ ରେ ବାଂଲାଦେଶ ବିପକ୍ଷରେ ଡେବ୍ୟୁ ଟେଷ୍ଟ ମ୍ୟାଚ୍ ଖେଳିଥିଲେ। ଦିନିକିଆରେ ମହମ୍ମଦ ହାଫିଜ ୧୧ଟି ଶତକ ସହ ୨୧୮ଟି ମ୍ୟାଚରୁ ୬୬୧୪ ରନ୍ ସଂଗ୍ରହ କରିଛନ୍ତି ଏବଂ ୧୩୯ ୱିକେଟ୍ ମଧ୍ୟ ନେଇଛନ୍ତି। ୨୦୦୩ରେ ଜିମ୍ବାୱେ ବିପକ୍ଷରେ ଡେବ୍ୟୁ ଦିନିକିଆ ଖେଳି ହାଫିଜ ଆନ୍ତର୍ଜାତୀୟ ସ୍ତରରେ ପଦାର୍ପଣ କରିଥିଲେ ।

ହାଫିଜ୍ ୧୧୯ ଟି୨୦ ମ୍ୟାଚରେ ୨୫୧୪ ରନ୍ ସଂଗ୍ରହ କରିବା ସହ ୬୧ ୱିକେଟ୍ ନେଇଛନ୍ତି। ସେ ଅଗଷ୍ଟ ୨୦୦୬ରେ ଇଂଲଣ୍ଡ ବିପକ୍ଷରେ ଟି୨୦ ଡେବ୍ୟୁ କରିଥିଲେ।

Comments are closed.