ପାରାଦୀପ ବନ୍ଦରକୁ ବିଜୁବାବୁଙ୍କ ନାମରେ ନାମିତ କରିବା ପାଇଁ ରାଜ୍ୟସଭାରେ ଦାବି କଲେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ

ନୂଆଦିଲ୍ଲୀ – ପାରାଦୀପ ବନ୍ଦରକୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ କରିବାକୁ ରାଜ୍ୟସଭାରେ ଦାବି କରିଛନ୍ତି ବିଜେଡି ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟ । ରାଜ୍ୟସଭାରେ ଶୂନ୍ୟକାଳରେ ଲିଖିତ ଆକାରରେ ପ୍ରସନ୍ନ ଆଚାର୍ଯ୍ୟ ଏହି ଦାବି କରିଛନ୍ତି । ଦାବିକୁ କଂଗ୍ରେସ, ସମାଜବାଦୀ ପାର୍ଟି ଓ ଡିଏମକେ ସମର୍ଥନ କରିଛନ୍ତି ।

ବିଜୁ ପଟ୍ଟନାୟକ ଥିଲେ ନବ ଉତ୍କଳର ନିର୍ମାତା । ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଯୋଗଦାନ, ଉଲ୍ଲେଖନୀୟ ନେତୃତ୍ୱ ଓ ଅଦମ୍ୟ ସାହସ ପାଇଁ ସେ ପରିଚିତ । ଜଣେ ବିଚକ୍ଷଣ ପାଇଲଟ ଭାବେ ଇଣ୍ଡୋନେସିଆର ସ୍ୱାଧୀନତା ସଂଗ୍ରାମୀଙ୍କୁ ସେ ଉଦ୍ଧାର କରିଥିଲେ । ପାରାଦୀପ ବନ୍ଦରର ପ୍ରତିଷ୍ଠାତା ଥିଲେ ବିଜୁ ବାବୁ , ଯାହା କି ଦେଶର ଅଗ୍ରଣୀ ବନ୍ଦରରେ ପରିଣତ ହୋଇପାରିଛି । ତେଣୁ ତାଙ୍କ ସ୍ମୃତିରେ ପାରାଦୀପ ବନ୍ଦରକୁ ନାମିତ କରାଯାଉ ବୋଲି ରାଜ୍ୟସଭାର ଶୂନ୍ୟକାଳରେ ଦାବି ଜଣାଇଛନ୍ତି ପ୍ରସନ୍ନ । ପାରାଦୀପ ପୋର୍ଟ ଟ୍ରଷ୍ଟ ବି ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ କରିବା ପାଇଁ ସେ ଦାବି କରିଛନ୍ତି ।

Comments are closed.