ରାଜ୍ୟରେ ଗତ ୨୪ ଘଂଟାରେ ୪ ହଜାର ୨୪୨ ନୂଆ କୋରୋନା ମାମଲା, ମୃତ୍ୟୁ ସଂଖ୍ୟା ୭୧୦କୁ ବୃଦ୍ଧି

ଭୁବନେଶ୍ୱର – ରାଜ୍ୟରେ ଗତ ୨୪ ଘଂଟାରେ ୪ ହଜାର ୨୪୨ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୨ ହଜାର ୫୦୩ ଓ ସ୍ଥାନୀୟ ଅଂଚଳରୁ ୧ ହଜାର ୭୩୯ ଚିହ୍ନଟ ହୋଇଛନ୍ତି । ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୬୫୨ ଓ କଟକ ଜିଲ୍ଲାରୁ ୫୯୫ ଚିହ୍ନଟ ହୋଇଛନ୍ତି । ଝାରସୁଗୁଡା ଆଜି ତୃତୀୟ ସ୍ଥାନରେ ଅଛି । ଏହି ଜିଲ୍ଲାରୁ ଦିନକରେ ଚିହ୍ନଟ ହୋଇଛନ୍ତି ୨୦୫ ନୂଆ ପଜିିଟିଭ । ପୁରୀ ଜିଲ୍ଲାରୁ ୧୮୨, ଜଗତସିଂହପୁରରୁ ୧୭୬, ମୟୂରଭଂଜରୁ ୧୭୧, ବାଲେଶ୍ୱରରୁ ୧୫୫ , କେନ୍ଦ୍ରାପଡାରୁ ୧୫୫, କନ୍ଧମାଳରୁ ୧୫୩, ରାୟଗଡାରୁ ୧୩୪, ସୁନ୍ଦରଗଡରୁ ୧୩୩, ଯାଜପୁରରୁ ୧୩୧, ଅନୁଗୁଳରୁ ୧୩୦ , ବରଗଡରୁ ୧୧୪, ଭଦ୍ରକରୁ ୧୧୪, ସମ୍ବଲପୁରରୁ ୧୧୩ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଏ ଯାଏଁ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୮୪ ହଜାର ୧୧୨କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ୧ ଲକ୍ଷ ୪୫ ହଜାର ୬୭୫ ସୁସ୍ଥ ହୋଇଥିବା ବେଳେ ୩୭ ହଜାର ୬୮୪ ଜଣ ଚିକିତ୍ସିତ ହେଉଛନ୍ତି । ଗତ ୨୪ ଘଂଟାରେ ରାଜ୍ୟରେ ଆଉ ୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏଥିସହ ମୃତ୍ୟୁ ସଂଖ୍ୟା ୭୧୦କୁ ବୃଦ୍ଧି ପାଇଛି ।

Comments are closed.