ଓଡିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦାବି କରି କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ନବୀନଙ୍କ ଚିଠି

ନୂଆଦିଲ୍ଲୀ – ଓଡିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କୁ ଚିଠି ଲେଖିଛନ୍ତି । ଚିଠିେରେ ନବୀନ ଉଲ୍ଲେଖ କରିଛନ୍ତି ଯେ, ଓଡିଶୀ ସଂଗୀତର ୨ ହଜାର ବର୍ଷର ପରମ୍ପରା ରହିଛି । ଏହା ଉଭୟ ହିନ୍ଦୁ୍‌ସ୍ଥାନୀ ଓ କର୍ଣ୍ଣାଟକୀ ସଂଗୀତଠାରୁ ଭିନ୍ନ । ଓଡିଶୀ ସଂଗୀତର ନିଜସ୍ୱ ଶୈଳୀ ରହିଛି ବୋଲି ନବୀନ ଚିଠିଲେ ଉଲ୍ଲେଖ କରିଛନ୍ତି ।

ଓଡିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବାପାଇଁ ଏହି ମାସ ୨ ତାରିଖରେ ରାଜ୍ୟ ଐତିହ୍ୟ କ୍ୟାବିନେଟରେ ନିଷ୍ପତି ହୋଇଥିବା ନବୀନ , କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଚିଠିରେ ଲେଖିବା ସହ ବହୁ ବର୍ଷ ଧରି ଏ ନେଇ ଓଡିଶାବାସୀଙ୍କ ସ୍ୱପ୍ନ ସାକାର କରିବାକୁ ଅନୁରୋଧ କରିଛନ୍ତି ।

Comments are closed.