ନ୍ୟୁଜରୁମ: ସକାଳର ମୁଖ୍ୟ ଖବର

୧.କୋଭିଡ ପରିଚାଳନାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ , ଆରୋଗ୍ୟଙ୍କ ସଂଖ୍ୟା ଅଢେଇ ଲକ୍ଷ ହୋଇଥିଲେ ମଧ୍ୟ ଆତ୍ମସନ୍ତୋଷର ସ୍ଥାନ ନାହିଁ, ପାର୍ବଣ ଋତୁରେ ଅଧିକ ସତର୍କତା ପାଇଁ ଆହ୍ୱାନ

୨.ତେଲେଙ୍ଗାନା ବନ୍ୟା ରିଲିଫ ପାଇଁ ୫ କୋଟି ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

୩. ଲଘୁଚାପ ପ୍ରଭାବ : ଗଂଜାମ ଓ ଗଜପତି ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା , ଉପକୂଳରେ ବି ବର୍ଷିବ

୪.ପଥର କ୍ୱାରୀ ବିସ୍ଫୋରଣ ମାମଲା : ଗୁଣୁପୁର ତହସିଲଦାର ନିଲମ୍ବିତ

୫.ଭିଜିଲାନ୍ସ ଜାଲରେ ଫସିଲେ ଆର୍ ଆଣ୍ଡ୍ ବି ଡିଭିଜନ-୫ ସହକାରୀ ଯନ୍ତ୍ରୀ, ଏକକାଳୀନ ୫ଟି ସ୍ଥାନରେ ରେଡ୍

୬.କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବୋନସ୍ ଘୋଷଣା କଲା କେନ୍ଦ୍ର, ବିଜୟା ଦଶମୀ ପୂର୍ବରୁ ଗୋଟିଏ କିସ୍ତିରେ ମିଳିବ

୭.ଲଦ୍ଦାଖରୁ ଧରାପଡିଥିବା ଚୀନ ସୈନ୍ୟକୁ ଦୁଇ ଦିନ ପରେ ଫେରାଇଦେଲା ଭାରତ

 

Comments are closed.